ଗ୍ରାଉଣ୍ଡ ଜିରୋରୁ ମନୋରଗା ଚିତ୍ରର ସତ୍ୟ ଆବିଷ୍କାର

0
336

ପୋଲସରା : ଖବର ପ୍ରକାଶ ପାଇଥିଲା ମନରେଗାରେ ମହା ଦୁର୍ନୀତି, ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡ଼ା ଗ୍ରାମର ଦୁଇ ଜଣ ହିତାଧିକାରୀଙ୍କ ନାମରେ ମହାତ୍ମା ଗାନ୍ଧୀ ନିଶ୍ଚିତ ଯୋଜନା ମୂର୍ତ୍ତିକା ଜଳାଶୟ ସଂରଣକ୍ଷ ମାଧ୍ୟମରେ ପୋଖରୀ ଖନନ କରିବା ନାମରେ ହେଉଛି ଅର୍ଥ ଆତ୍ମସାତ। ଭାବରଡ଼ା ଗ୍ରାମର ସୁରେଶ ଚନ୍ଦ୍ର ବରାଡ଼ ଓ ସଂସ୍ମିତା ବିଶୋଇ ଙ୍କ ନାମରେ ଆର୍ଥିକ ବର୍ଷ ୨୦୨୧/୨୨ ରେ ଆସିଥିବା ନିଜସ୍ୱ ପୋଖରୀ ଖନନ କରିବା ପାଇଁ ତାହା ବିନା ସୂଚନା ଫଳକରେ ରାତି ଅଧିଆ ପୋଖରୀ ଖନନ କରୁଥିବା ଅଭିଯୋଗ ହୋଇଛି।” ମନରେଗାରେ ପୋଖରି ଖନନ ରେ ଅର୍ଥ ହଡପକୁ ନେଇ ଖବରଦାତା ଖବର ପ୍ରସାରଣ କରିବା ପରେ ଆମେ ଗ୍ରାଉଣ୍ତ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ ବେଳେ ଯାହାକି ଦେଖିବାକୁ ମିଳିଛି, ସେଠାରେ ସୁଚନାଫଳକ ରହିଛି, ପୋଖରିରେ ପାଣି ଭର୍ତ୍ତୀ ହୋଇ ରହିଥିବା ବେଳେ ମାଛ ଚାଷ କରାଯାଇଛି, ପୋଖରି ହିଡରେ ମଧ୍ୟ ବୃକ୍ଷ ରୋପଣ କରାଯାଇଥିବା ଦେଖିବାକୁ ମିଳିଛି।
ହିତାଧିକାରିଙ୍କ କହିବାଅନୁଯାଇ ଖବରଦାତା ଯେଉଁ ଦୁର୍ନିତି ହୋଇଥିବାର ଖବରକୁ ପ୍ରସାରଣ କରିଛନ୍ତି ତାହା ଏକ ରାଜନୈତିକ ଆକ୍ରୋଶ ଓ ଚାଷୀଙ୍କୁ ହଇରାଣ ହରକତ କରୁଥିବା ଉଦ୍ଦେଶ୍ୟ। ଖବରଦାତା ଦୁର୍ନିତିର ଅଭିଯୋଗ ପ୍ରକାରେ ଖବର ପ୍ରସାରଣ ହୋଇଥିବା ସମ୍ପୁର୍ଣ୍ଣ ଭାବେ ମିଥ୍ୟା ବୋଲି ହିତାଧିକାରି କହିଛନ୍ତି। ସ୍ଥାନୀୟ ସରପଞ୍ଚଙ୍କୁ ଏସମ୍ପର୍କ ରେ ପଚାରିବୁଝିବାକୁ ଯାଇଥିବା ବେଳେ ସରପଞ୍ଚ ମହୋଦୟ କେମେରା ଆଗରେ ପ୍ରତିକ୍ରିୟା ଦେବା ପାଇଁ ମନା କରିଥିଲେ। ସେ ମୌଖିକ ଭାବରେ କହିଛନ୍ତି ମନରେଗା ଯୋଜନାରେ ପୋଖରିର କୌଣସି ଦୁର୍ନିତି ହୋଇନାହିଁ ଏବଂ ସେଇଟା ତାଙ୍କର ପର୍ସନାଲ ପ୍ରୋଜେକ୍ଟ ଆମେ ସେ ବିଷୟରେ କିଛି କହିପାରିବୁ ନାହିଁ। ହିତାଧିକାରି ଙ୍କ ପୁଅ ଯଶକେଶ ବରାଡ଼
କହିବା ଅନୁସାରେ ଆମର ପକଳ୍ପ ବିଷୟରେ ଖବରଦାତା ସ୍ଥିତି ଅନୁଧ୍ୟାନ ନକରି ମିଥ୍ୟା ଖବର ପ୍ରସାରଣ କରିଥିବା ଓ ଦୁର୍ନିତିର ଖବର ପ୍ରକାଶ କରି ଚାଷି ଙ୍କୁ ହଇରାଣ ହରକତ କରାଯାଉଥିବା ଅଭିଯୋଗ କରିଛନ୍ତି। ଖବରଦାତା ଜଣଙ୍କ ପୋଖରୀର ଯେଉଁ ଚିତ୍ର ପ୍ରକାଶ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ। ବର୍ତ୍ତମାନ ପୋଖରୀରେ ପାଣି ରହି ଆମେ ମାଛ ଚାଷ କରିଥିବା ବେଳେ ସେ କେଉଁଠାରୁ ପ୍ରକାଶ ପାଇଥିବା ଚିତ୍ର ଉଠାଇଥିଲେ ପ୍ରକାଶ କରନ୍ତୁ। ଜଣେ ଚାଷୀସରକାରୀ ଯୋଜନା ମାଧ୍ୟମରେ ପୋଖରୀ ଖୋଳି ମାଛ ଚାଷ କରି ଉପକୃତ ହେଉଥିବା ବେଳେ ଖବରଦାତା କିପରି ମିଥ୍ୟା ଖବର ପ୍ରଶାରଣ କରି ହିତାଧିକାରୀଙ୍କ ମାନସିକ ଚାପ ସୃଷ୍ଟି କରୁଛନ୍ତି। ପୂର୍ବତନ ସରପଞ୍ଚ ଖଗେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି ଯେ ଉଚ୍ଚପଦାଧିକାରୀ ଏହାର ପ୍ରକୁତ ତଦନ୍ତ କରନ୍ତୁ ଏବଂ ଖବରଦାତାଙ୍କ ଖବର ପ୍ରସାରଣର ପ୍ରକୃତ କାରଣର ସତ୍ଯାସତ୍ଯ ଲୋକ ଲୋଚନକୁ ଆଣନ୍ତୁ। ସେହିପରି ପୋଲସରା ବ୍ଲକ ମୃତ୍ତିକା ସଂରକ୍ଷଣ ଅଧିକାରୀ ଗୌରୀ ଶଙ୍କର ପ୍ରଧାନଙ୍କ ସହ ଯୋଗାଯୋଗ ବେଳେ ସେ ପ୍ରକାଶ କରିଥିଲେ ଯେ ପୋଖରୀ ଆୟତନ ନିୟମ ଠାରୁ ଯଥେଷ୍ଟ ଅଧିକ କାର୍ଯ୍ୟ ହୋଇଅଛି। ଖବର ପ୍ରକାଶ ନେଇ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ହେଲା ସେ ଯେଉଁ ଫୋଟୋ ପ୍ରକାଶ ପାଇଁ ପଠାଇଥିଲେ ତାହା ପ୍ରକୃତରେ ସତ୍ୟ ନା ମିଥ୍ୟା ? ଯଦି ସତ୍ୟ ହୋଇଥାଏ ତେବେ ସେହି ସାମ୍ବାଦିକ ତାହା ଦେଖାଇ ପାରିବେକି ? ଯଦି ତାହା ବନ୍ଧ ଖୋଲିବ ସମୟର ହୋଇଥାଏ ତେବେ ସେହି ସମୟରେ ଏହି ଦୁର୍ନୀତି ବିଷୟ କାହିଁକି ପ୍ରସାରଣ କରିନଥିଲେ? ମନ୍ଦ ଉଦ୍ଦେଶ୍ୟ ରଖି ସାମ୍ବାଦିକ ଜଣକ ଏହି ମନୋରଗା ମହାଦୁର୍ନୀତି ଖବର ପ୍ରକାଶ କରାଇ ନାହାଁନ୍ତିତ ? ସତ୍ୟ ଖବର ପ୍ରକାଶ କରିବା ସାମ୍ବାଦିକଙ୍କ କର୍ମ, ତାହା ବଜାୟ ରଖିବା ଆମ ସମସ୍ତ ସାମ୍ବାଦିକଙ୍କ ଧର୍ମ। ଗୌରୀ ଶଙ୍କର ପ୍ରଧାନ

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here