ଗଞ୍ଜାମ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜ ତରଫରୁ ନନ୍ଦ ମହୋତ୍ସବ ଧୁମଧାମରେ ପାଳିତ

0
233

ବ୍ରହ୍ମପୁର:ବ୍ରହ୍ମପୁରର ଗୋସାଣୀନୂଆଗାଁ ସ୍ଥିତ ଚାଚା ନେହେରୁ କଲ୍ୟାଣ ମଣ୍ଡପଠାରେ ଗଞ୍ଜାମ ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ବ୍ରହ୍ମପୁର ତାଲୁକା ପକ୍ଷରୁ ନନ୍ଦ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ର ଜିଲ୍ଲା ସମ୍ପାଦକ ନାରାୟଣ ମହାଙ୍କୁଡ଼ଙ୍କ ପୌରୋହିତ୍ୟରେ ସମସ୍ତ କାଯ୍ୟ ଆୟୋଜନ ହୋଇଥିଲା ପ୍ରଥମେ ମହାପ୍ରଭୁଙ୍କ ରାଧନା , ଦହିହାଣ୍ଡି ଗଙ୍ଗା , ପୂଜାର୍ଜନା , ବେଦପାଠ , ଘୃତଯଜ୍ଞ , ଗୀତାପାଠ ଆଦି ରୀତିନୀତି ଅନୁସାରେ କରାଯାଇଥିଲା । ପରେ ଆୟୋଜିତ ସାଧାରଣ ସଭାରେ କାର୍ଯ୍ୟକାରୀ ସଭାପତି ମୁକୁନ୍ଦ ଗୌଡ଼ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥ୍ ଭାବେ କାର୍ଯ୍ୟକ୍ରମରେଷୋହଳଖଣ୍ଡ ଗୋପାଳ ସମାଜ ମହାନଗର ତାଲୁକା ପକ୍ଷରୁ ନନ୍ଦ ମହୋତ୍ସବ ମୁଖ୍ୟ ଅତିଥି ଭାବେ ବିଇଏମ୍‌ସି ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଯୋଗ ଦେଇଥିଲେ । ସମ୍ମାନିତ ଅତିଥ୍‌ ଭାବେ ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ଡେପୁଟି ମେୟର ଇ . ବିବେକ ରେଡ଼ୀ , ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା , କର୍ପୋରେଟର ମଳୟ ବିଷୋୟୀ , ସମାଜସେବୀ ଭୀମ ଦଳେଇ ଯୋଗଦେଇ ଗୋପାଳ ସମାଜର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ନନ୍ଦ ଉତ୍ସବର ଆଧ୍ୟାତ୍ମିକ ଚିନ୍ତନ , ପରମ୍ପରା , ସଂସ୍କୃତି ଓ ଐତିହ ବଜାୟ ରହୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ମହାନଗର ତାଲୁକା ସଭାପତି ଧୋବା ଗୌଡ଼ , ଉପସଭାପତି ଦେବରାଜ ମହାଙ୍କୁଡ଼ , ସହ ସମ୍ପାଦକ ରମେଶ ଚନ୍ଦ୍ର ଗୌଡ଼ , ଉପଦେଷ୍ଟା ରାମଚନ୍ଦ୍ର ଗୌଡ଼ ସଂଯୋଜନା କରିଥିବା ବେଳେ ସମାଜର ବନ୍ଧୁ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଦ୍ଵିତୀୟ ଅଧିବେଶନରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ଗୋପାଳ ସମାଜ ର ପାରମ୍ପରିକ କିମ୍ବଦନ୍ତୀ ବଜାୟ ରଖିବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଭିର୍ଣ ତାଲୁକାର କର୍ମକର୍ତା ବିନୋଦ ଚନ୍ଦ୍ର ଗୌଡ଼ , ଡମ୍ବୁରୁଧର ଗୌଡ଼ , ରମେଶ ଚନ୍ଦ୍ର ମହାଙ୍କୁଡ଼ , ସୀମାଞ୍ଚଳ ଗୌଡ଼ , ନିରାକାର ଗୌଡ଼ , ଶିବରାମ ଗୌଡ଼ , ବିଜୟ ଗୌଡ଼ , ପ୍ରଦୀପ ଗୌଡ଼ , ଭବାନୀ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ନଳିନୀକାନ୍ତ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ପ୍ରତିବର୍ଷ ଭଳି ଚଳିତ ବର୍ଷ ଧରାକୋଟ ବ୍ଲକ ମୁକ୍ତେଶ୍ୱର ପୁଟୁ ମନ୍ଦିର ପରିସରରେ ଧରାକୋଟ ଚାଳୁଜା ଖୋହଳ ଖଣ୍ଡ ଗୋପାଳ ସମାଜର ନନ୍ଦ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମୁକ୍ତେଶ୍ଵର ପୀଠରେ ଧରାକୋଟ ତାଳୁକା ଷୋହଳ ଖଣ୍ଡ ଗୋପାଳ ସମାଜର ନନ୍ଦ ଉତ୍ସବ ପାଳିତ ହୋଇଯାଇଛି। ତାଳୁକା ସଭାପତି ଶତୃଘନ ଗୌଡ଼ଙ୍କ ସଭାପତିତ୍ବ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଜ୍ଞ ଭାବେ ଆସିକା ସାଂସଦ ପ୍ରମିଳା ବିଶୋଇ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ତାଳୁକା ଉପସଭାପତି କାମେଶ୍ୱର ଗୌଡ଼ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ତାଳୁକା ସମ୍ପାଦକ ବୁଲୁ ଗୌଡ଼ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । ଉପସ୍ଥିତ ଥିବା ଗଞ୍ଜାମ ଜିଲ୍ଲା ସମ୍ପାଦକ ନାରାୟଣ ମହାଙ୍କୁଡ , ଅରୁଣ କୁମାର ଗୌଡ଼ , ଆଜନଜୀବୀ ନାରାୟଣ ମୁନି , ସାଂସଦ ପ୍ରତିନିଧ ନୀଳମଣି ପଟ୍ଟନାୟକଙ୍କ ସମେତ ଗୋପାଳ ସମାଜ ଧରାକୋଟ ତାଲୁକା ଖୋହଳ ଖଣ୍ଡ ଗୋପାଳ ସମାଳର ସମସ୍ତ ସଭ୍ୟ ଉପସ୍ଥିତ ରହି ପରିଚଳନା କରିଥିଲେ । ସ୍ଥାନୀୟ କଳାକାର ଙ୍କ ଦ୍ଵାରା ସଂ।ସୃତିକ କାର୍ଯ୍ୟକ୍ରମ ହୋଇଥିଲା ପାଖାପାଖୁ ଦଶ ହଜାରରୁ ଊର୍ବ ଜନସାଧାରଣ ଯୋଗଦେଇ ପ୍ରସାଦ ସେବନ କରିଦେଲା ।

LEAVE A REPLY

Please enter your comment!
Please enter your name here