ବର୍ଷାରୁ ବର୍ତ୍ତିବା ପାଇଁ ସଫେଇ କର୍ମଚାରୀଙ୍କୁ ରେଇନ୍ କୋଟ ପ୍ରଦାନ କଲେ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି

0
238

ବ୍ରହ୍ମପୁର: ଦୀର୍ଘ ଦିନ ହେବ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ହଉସିଂ ବୋର୍ଡ ଓ ପ୍ରେମ ନଗର ଅଞ୍ଚଳରେ କାର୍ଯ୍ୟରତ ଥିବା ସଫେଇ କର୍ମଚାରୀମାନେ ବର୍ଷାରେ ଓଦା ହୋଇ ସଫେଇ କାର୍ଯ୍ୟ କରୁଥିଲେ । ଏହାକୁ ଦେଖି ସ୍ଥାନୀୟ ଆଇନଜୀବୀ ତଥା ଯୁବ ନେତା କର୍ପୋରେଟ ଶ୍ରୀ ସୂର୍ଯ୍ୟକାନ୍ତ ସୁବୁଦ୍ଧି ଏକ ପ୍ରକାର ଭାବ ବିଭୋର ହୋଇଯାଇ ଥିଲେ। ଏବଂ ଏହାକୁ ସହ୍ୟ ନକରିପାରି ନିଜ ମାନବିକତା ଦେଖାଇ ନିଜସ୍ବ ହାତ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରି ୱାର୍ଡର ସମସ୍ତ ସଫେଇ କର୍ମଚାରୀ ଓ ସୂପରଭାଇଜର ମାନଙ୍କୁ ଉନ୍ନତ ମାନର ରେଇନ କୋଟ ପ୍ରଦାନ କରିଛନ୍ତି । କେବଳ ଏତିକି ନୁହେଁ, କର୍ପୋରେଟର ଶ୍ରୀ ସୁବୁଦ୍ଧି ଉକ୍ତ ସଫେଇ କର୍ମଚାରୀ ମାନଙ୍କ ଘର ଘର ବୁଲି ନିଜ ହାତରେ ରେଇନ କୋଟ ପ୍ରଦାନ କରିଥିଲେ। ଏହି ମହତ୍ କାର୍ଯ୍ୟ କରିଥିବା ଲୋକ ପ୍ରତିନିଧି ତଥା କର୍ପୋରେଟର ଶ୍ରୀ ସୁବୁଦ୍ଧିଙ୍କୁ ସମସ୍ତ ସଫେଇ କର୍ମଚାରୀ ମାନେ ଧନ୍ୟବାଦ ଜଣାଇଥିବା ବେଳେ, ଅଞ୍ଚଳ ବହୁ ବରିଷ୍ଠ ବୁଦ୍ଧିଜୀବୀ ମାନେ ମଧ୍ୟ କର୍ପୋରେଟରଙ୍କ ଏହି ମହାନ କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି । ଏନେଇ କର୍ପୋରେଟର ଶ୍ରୀ ସୁବୁଦ୍ଧି କହିଛନ୍ତି ଯେ, ଏହା ମୋର ମହାନତା ନୁହଁ, କେବଳ ଏକ ମାନବିକତା । ଉକ୍ତ ସଫେଇ କର୍ମଚାରୀମାନେ ବର୍ଷାରେ ଭିଜି କାର୍ଯ୍ୟ କରୁଥିଲେ, ଯାହା ମୋତେ ଦେଖିବା ମାତ୍ରେ ଅତି କଷ୍ଟ ଅନୁଭୂତି ହୋଇଥିଲା । ତେଣୁ ସେହି କଷ୍ଟର ନିରାକରଣ ପାଇଁ ଏକ ଛୋଟିଆ ପ୍ରୟାସଟେ କରିଛି, ଯେହେତୁ ଏହି ସୁବିଧା ଦ୍ଵାରା ସେମାନେ ବିନା କୌଣସି ଦୁବିଧାରେ ସେମାନେ ନିଜ କାର୍ଯ୍ୟ ନିର୍ବାହ କରିପାରିବେ, ତେଣୁ ଏହା ପ୍ରଦାନ କରିଛି ବୋଲି ଯୁବ ନେତା ଶ୍ରୀ ସୁବୁଦ୍ଧି କହିଛନ୍ତି ।

LEAVE A REPLY

Please enter your comment!
Please enter your name here