ଗାଲେରୀ କଲେଜରେ ଯୁକ୍ତ ତିନି ଶେଷ ବର୍ଷ ଛାତ୍ରଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

0
231

ଭଞ୍ଜନଗର: ଭଞ୍ଜନଗର ବ୍ଳକ ସ୍ଥିତ ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତ ତିନି ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ପୌରୋହିତ ଆୟୋଜିତ କାଯ୍ୟକ୍ରମ ରେ ସ୍ନାତକ ଶିକ୍ଷା ସମାପ୍ତ କରିଥିବା ଛାତ୍ର ଛାତ୍ରୀ ଙ୍କୁ କଲେଜ ଓ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ଙ୍କ ତରଫରୁ ବିଦାୟ ଶୁଭେଚ୍ଛା ଅର୍ପଣ କରା ଯାଇ ଥିଲା।।ଏଥିରେ ମୁଖ୍ୟ ବକ୍ତା ଭାବରେ ଓଡ଼ିଆ ଅଧ୍ୟାପକ ଦୁର୍ଗା ମାଧବ ଦାଶ, ସମ୍ନାନିତ ଅତିଥି ରୂପେ ହେମନ୍ତ କୁମାର ମହାରଣା ଓ ବିରୁପାକ୍ଷ ସାହୁ ଯୋଗ ଦେଇଥିଲେ। ଅନ୍ତିମ ବର୍ଷର ଛାତ୍ର ରାଜେଶ ଓ ଛାତ୍ରୀରୁନି ଗୌଡ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।ଅନ୍ତିମ ବର୍ଷର ଛାତ୍ର ଛାତ୍ରୀ ମାନେ କଲେଜ ର ସମସ୍ତ କର୍ମଚାରୀ ଙ୍କୁ ଉପଢୌକନ ପ୍ରଦାନ କରିଥିଲେ।ପ୍ରିୟଲତା ଦାସ ଅତିଥି ପରିଚୟ ପ୍ରଦାନ କରି ଥିଲେ। ବିଦାୟୀ ଛାତ୍ର ଛାତ୍ରୀ ମାନେ ନିଜ ନିଜର ତିନି ବର୍ଷ ର ଅନୁଭୂତି ବଖାଣିଥିଲେ। ମଂଚାସୀନ ଅତିଥି ମାନେ ସ୍ନାତକ ଶିକ୍ଷା ସମାପ୍ତ କରି ଥିବା ଛାତ୍ର ଛାତ୍ରୀ ମାନଙ୍କ ଆଗାମୀ ସମୟ କିପରି ଅତି ବାହିତ ହେବ ଓ ଜୀବନ ର ଚଲା ପଥରେ କିପରି ସଫଳତା ହାସଲ କରି ସମାଜରେ ଜଣେ ଜଣେ ଭଲ ମଣିଷ ହୋଇ ବାଟ ଚାଲି ଅନୁଷ୍ଠାନର ଓ ବାପା ମାଆଙ୍କ ପାଇଁ ତଥା ନିଜ ପାଇଁ ସମ୍ନାନ ଅର୍ଜନ କରି ବେ ସେ ସମ୍ପର୍କରେ ଅନେକ ଉପଦେଶ ଦେଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଏଥି ସହିତ ବିଦାୟୀ ଛାତ୍ର ଛାତ୍ରୀ ଙ୍କୁ ମୋ କଲେଜ ଅଭିଯାନ ପାଇଁ ସ୍ୱାଗତ କରାଯାଇଥିଲ। ପରିଶେଷରେ ଛାତ୍ର ଶିବ ରାମ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here