ବୁରୁପଡ଼ାରୁ ୯ ଫୁଟର ଅହିରାଜ ଉଦ୍ଧାର

0
223

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ବୁରୁପଡ଼ା ଗ୍ରାମରୁ ୯ ଫୁଟର ଅହିରାଜ ସାପ କୁ ଉଦ୍ଧାର କରିଛନ୍ତି ବନ ବିଭାଗ କର୍ମଚାରୀ।
ସୂଚନା ମୁତାବକ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିନସ୍ଥ ବୁରୁପଡା ଗ୍ରାମର ରବିନ୍ଦ୍ର ପ୍ରଧାନଙ୍କ ଗାଧୁଆ ଘରେ ଏକ ବିରଟକାୟ ସାପ ଥିବା ଘର ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ସ୍ଥାନୀୟ ବନ ବିଭାଗ କୁ ଖବର ଦେଇଥିଲେ। ଏହାପରେ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀ ମନୋଜ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି କୌଶଳକ୍ରମେ ସାପଟିକୁ ଉଦ୍ଧାର କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ବନରକ୍ଷୀ ତରୁଣ ଶବର, ଜିତେନ୍ଦ୍ର ଦାସ, ଅଶୋକ ପାଇକ ପ୍ରମୁଖ ସାମିଲ ଥିଲେ। ଉଦ୍ଧାର ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯିବ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here