ବ୍ଲକସ୍ତରୀୟ ଉଜ୍ୱଳ ଭାରତ -ଉଜ୍ୱଳ ଭବିଷ୍ୟତ ବିଦ୍ୟୁତ ମହୋତ୍ସବ

0
241

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ର ବ୍ଲକ ସମ୍ମିଳନୀ କକ୍ଷରେ ଭାରତ ସ୍ବାଧୀନତାର ୭୫ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ” ଆଜାଦୀ କା ଅମୃତ ମହୋତ୍ସବ ” ଅନ୍ତର୍ଗତ ବିଦ୍ୟୁତ ମହୋତ୍ସବ କେନ୍ଦ୍ର ସରକାରଙ୍କର ବିଦ୍ୟୁତ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କର ସହଯୋଗୀତାରେ ଦ୍ୱିତୀୟ କାର୍ଯ୍ୟକ୍ରମ ରୂପେ ଆଜି ରା.ଉଦୟଗିରି ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗାବରା ତିରୁପତି ରାଓ ମହୋଦୟ ଯୋଗ ଦେଇ ଗଜପତି ଜିଲ୍ଲାରେ ବିଦ୍ୟୁତକ୍ଷେତ୍ରରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟର ଉଲ୍ଲେଖ କରିବା ସହିତ ବିଦ୍ୟୁତ ଅପଚୟ ରୋକିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ପୌରହିତ୍ୟ କରି ବିଦ୍ୟୁତ ଉତ୍ପାଦନ , ସରବରାହ ଓ ବିତରଣ ବ୍ୟବସ୍ଥାରେ ଉପୁଜୁଥିବା ସମସ୍ୟା ଗୁଡିକ ଉପରେ ଦୃଷ୍ଟିପାତ କରିଥିଲେ ଏବଂ ସୌରଉଜ୍ୟା ର ଉପଯୋଗୀତା ଓ ଭବିଷ୍ୟତରେ ତାହାର ବହୁଳ ପ୍ରଚଳନ ଉପରେ ଗୁରୁତ୍ବ ଦେଇଥିଲେ । ସମ୍ମାନିତ ଅତିଥିରୂପେ ଅତିରିକ୍ତ ଜିଲ୍ଲାପାଳ ଗଜପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ ଏପରି କାର୍ଯ୍ୟକ୍ରମର ଉପଯୋଗୀତା ଏବଂ ସୁରକ୍ଷିତ ଓ ସୁଲଭ ବିଜୁଳି ବ୍ୟବହାର ଉପରେ ନିଜର ମତାମତ ପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରା.ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର , ମୋହନାର ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଓ ରା.ଉଦୟଗିରି ବ୍ଲକ ଉପଧକ୍ଷ୍ୟା ବିଜୟଲକ୍ଷ୍ମୀ ପଟ୍ଟନାୟକ ଯୋଗ ଦେଇ ବିଦ୍ୟୁତର ବିଭିନ୍ନ ଉପଯୋଗୀତା ଏବଂ ବିଦ୍ୟୁତ ସଂରକ୍ଷଣ ଉପରେ ନିଜ ନିଜର ମତାମତ ପୋଷଣ କରିଥିଲେ ଓ NTPC , OPTCL ଏବଂ TPSODL କୁ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଭୁଇୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ବକ୍ତା ରୂପେ OPTCL DGM ଦାମୋଦର ପ୍ରସାଦ ପାତ୍ର , କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆନୁକୂଲ୍ୟରେ ବିଦ୍ୟୁତକ୍ଷେତ୍ରରେ ବିଗତ ୮ବର୍ଷରେ ହୋଇଥିବା ଉଲ୍ଲେଖନୀୟ ପ୍ରଗତି ଉପରେ ବିସ୍ତାର ରୂପେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରିବାପାଇଁ ଓଡିଶୀନୃତ୍ୟ ଓ ଲୋକନାଟ ପ୍ରଦର୍ଶନ କରାଯାଇଥିଲା । ସୁରକ୍ଷିତ ବିଦ୍ୟୁତ ବ୍ୟବହାର , ସଂରକ୍ଷଣ ଇତ୍ୟାଦି Audio – Video visuals ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଏତଦବ୍ୟତୀତ ବିଦ୍ୟୁତ କ୍ଷେତ୍ରର ଉଲ୍ଲେଖନୀୟ କାର୍ଯ୍ୟକଳାପ ଗୁଡିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ NTPC ସୌଜନ୍ୟରେ ଓ OPTCL ଏବଂ TPSODL ର ସହଯୋଗୀତାରେ ଆୟୋଜନ କରାଯାଇଥିଲା । ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଜନସାଧାରଣଙ୍କ ପାଖକୁ ପହଞ୍ଚାଇବା ଏବଂ ବିଦ୍ୟୁତର ସଦୁପଯୋଗ ଓ ସୌରଉଜ୍ୟାର ସୁଫଳ ଉପରେ ସଚେତନତା ଜାଗ୍ରତ କରିବା । କାର୍ଯ୍ୟକ୍ରମର ଶେଷରେ ବରିଷ୍ଟ ମ୍ୟାନେଜର NTPC ରମାକାନ୍ତ ଦାଶ ଆମନ୍ତ୍ରିତ ଅତିଥ୍‌ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିବାବେଳେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ସାମିଲ ଥିଲେ ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here