ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ନିମନ୍ତେ ପ୍ରଚାର ଅଭିଯାନ ରଥର ଶୁଭାରମ୍ଭ

0
314

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଚଳିତବର୍ଷ ଧାନ ସଂଗ୍ରହ ନିମନ୍ତେ ୨୦୨୨-୨୦୨୩ ପାଇଁ ଜିଲ୍ଲାରେ ଚାଷୀଙ୍କ ଠାରୁ ଖରିଫ ଧାନ ସଂଗ୍ରହ କରିବା ପାଇଁ ଚାଷୀ ପଞ୍ଜିକରଣ ନିମନ୍ତେ ପ୍ରଚାର ଅଭିଯାନ ରଥକୁ ଶୁଭାରମ୍ଭ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ଵାରା ସଚେତନତା ପ୍ରଚାର ଅଭିଯାନ ରଥକୁ ସବୁଜ ପତାକା ଦେଖାଇ ଶୁଭଆରମ୍ଭ କରିଥିଲେ ।
ଖରିଫ ଧାନ ସଂଗ୍ରହ ଆସନ୍ତା ତା:- ୧/୧୧/୨୦୨୨ ଠାରୁ ତା:-୩୧/୩/୨୦୨୩ ରିଖ ମଧ୍ୟରେ ପରିଚାଳିତ ହେବ ।
ଏହି ଲମ୍ବା ସମୟ ମଧ୍ୟରେ ଜିଲ୍ଲାରେ ଚାଷୀଙ୍କ ଫସଲ ଅମଳ ସମୟକୁ ଦୃଷ୍ଟିରେ ରଖି ଖରିଫ ଧାନ କ୍ରୟ କାର୍ଯ୍ୟ ସମ୍ପାଦନ କରାଯିବ
ଏଥିନିମନ୍ତେ ଚାଷୀମାନେ ସେମାନଙ୍କ ନିକଟସ୍ଥ ଅନୁମୋଦିତ ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ ବା ଲ୍ୟାମ୍ପ ), ଏସଏଚଜି , ପାଣି ପଞ୍ଚାୟତ ଆଗୁଆ ପଞ୍ଜିକରଣ କରିବାକୁ ଆବଶ୍ୟକ ବୋଲି ଅଗ୍ରିମ ସୂଚନା ପ୍ରଦାନ କରାଯାଉଛି।ମୁଖ୍ୟତଃ ଏହି ପ୍ରଚାର ସଚେତନତା ଅଭିଯାନ ରଥକୁ ବିଭିନ୍ନ ଗ୍ରାମକୁ ଯାଇ ସେହି ଗ୍ରାମର ଚାଷୀମାନଙ୍କୁ ପଞ୍ଜିକରଣ ପ୍ରକ୍ରିୟା , ଏଥିପାଇଁ ଆବଶ୍ୟକୀୟ କାଗଜପତ୍ର , ପଞ୍ଜିକରଣ ଅବଧି , ଭାଗଚାଷୀ , କ୍ଷୁଦ୍ର ଓ ନାମମାତ୍ର ଚାଷୀ , ସମିତିର ଦାୟିତ୍ୱ , ହେଲ୍ପ ଡେସ୍କ ଓ ହେଲ୍ପ ଲାଇନ ପ୍ରଭୃତି ଉପରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରି ଚାଷୀମାନଙ୍କୁ ସଚେତନ କରାଇବା ସହ ଏ ସମ୍ପର୍କିତ ସଚେତନତା ପ୍ରଚାର ପତ୍ର (ପାମ୍ପଲେଟ) ଗାଁ କୁ ଗାଁ ବୁଲି ବଣ୍ଟନ କରିବ ।
ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କହିଛନ୍ତି ଯେ , ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ଦୁଇ ଗୋଟି ଚାଷୀ ପଞ୍ଜିକରଣ ପ୍ରଚାର ରଥ ବାହାରିଛି ।
ଏହା ଆସନ୍ତା ୧୬ ଅଗଷ୍ଟ ତାରିଖ ପର୍ଯନ୍ତ ପଞ୍ଜିକରଣର ଶେଷ ତାରିଖ ରହିଛି । ଜିଲ୍ଲାରେ ୧୬ ହଜାର ଚାଷୀ ରହିଛନ୍ତି , ଯେଉଁମାନେ କି ଏଥିରେ ପଞ୍ଜିକରଣ କରିବେ ଏବଂ ଭାଗଚାଷୀ ମିଶାଇ ପ୍ରାୟ ୨୦ ହଜାର ପର୍ଯ୍ୟନ୍ତ ହେବ ।
ଏହି ପ୍ରଚାର ଅଭିଯାନ ରଥ ଜିଲ୍ଲାର ପାରଳାଖେମୁଣ୍ଡି ସହର ସହିତ , କାଶିନଗର ବ୍ଲକ, ଗୁମ୍ମା ବ୍ଲକ ଓ ଗୋସାଣୀ ବ୍ଲକଅଞ୍ଚଳ ପାଇଁ ଗୋଟିଏ ଏବଂ ମୋହନା ବ୍ଲକ , ନୂଆଗଡ ବ୍ଲକ , ରା ଉଦୟଗିରି ବ୍ଳକ ଓ ରାୟଗଡ଼ ବ୍ଲାକାଞ୍ଚଳ ପାଇଁ ଗୋଟିଏ ଗାଡି , ପ୍ରଚାର କରିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ: ଶ୍ରୀ ଜୟରାମ ଶତପଥୀ , ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା , ଏସିଏସଓ: ଶ୍ରୀ ଶତ୍ରୁଘନ ଗିରି , ଏଆରସିଏସ ଶ୍ରୀ ହରିହର ସେଠ ଓ କାର୍ଯ୍ୟାଳୟର ଶ୍ରୀ ବିକେ ସେଠୀ ଏବଂ ଆରଏମସି ସେକ୍ରେଟାରୀ ଶ୍ରୀ ଏଲ: ରଘୁବାବୁ ପ୍ରମୁଖଙ୍କ ସହିତ, ଏଆରସିଏସ: , ଜିଲ୍ଲା ଯୋଗାଣ ଓ ଆରଏମସି ବିଭାଗର ବହୁ ଅଧିକାରୀ ଓ କର୍ମଚାରି ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here