ଇତିହାସ ବିଭାଗ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

0
226

ବୁଗୁଡା: ବୁଗୁଡା ପିପୁଲସ କଲେଜର ଇତିହାସ ବିଭାଗ + ୩ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଜୁଲାଇ ୨୭ ତାରିଖ ଦିନ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଜନୀ କାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଫେରାବଲ ମିଟିଙ୍ଗିରେ ଇତିହାସ ବିଭାଗ ମୁଖ୍ୟ ଅଧ୍ୟପାକ ଡ଼ଃ ପ୍ରଦୀପ୍ତ କୁମାର ଦାଶ, ଅଧ୍ୟାପକ ରବୀନ୍ଦ୍ର କୁମାର ପୋଲାଇ,ଓ ଅଧ୍ୟାପିକା ରଶ୍ମିତା ପଟ୍ଟନାୟକଙ୍କ ସମେତ ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଅଧ୍ୟାପକ ଡକ୍ଟର ଜୟରାମ ବିଷୋୟୀ, ଅଧ୍ୟାପକ ହିମାଂଶୁ ଶେଖର ରଥ ଓ କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରଥମେ ଇତିହାସ ବିଭାଗ ପ୍ରଥମ ଓ ଦ୍ଵିତୀୟ ବର୍ଷ ଛାତ୍ରୀ ବୃନ୍ଦ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଶୃଙ୍ଖଳିତ ଜୀବନ ବିଷୟ ନେଇ ଅତିଥିମାନେ ଗୁରୁତ୍ୱ ଦେବାସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା। ପ୍ରଥମ ବର୍ଷର ଛାତ୍ରୀ ସୁନିତା ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here