ଅବସରପ୍ରାପ୍ତ ଶିକ୍ଷକ ତଥା ପୁରସ୍କାର ବିତ ପଣ୍ଡିତ ମଧୁସୂଦନଙ୍କ ପରଲୋକ

0
229

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ଶିକ୍ଷକ ତଥା ପୁରସ୍କାର ବିତ ପଣ୍ଡିତ ମଧୁସୂଦନ ରଥ ଶର୍ମାଙ୍କ ଶନିବାର ବିଳମ୍ବିତ ସନ୍ଧ୍ୟାରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସ୍ବର୍ଗତ ମଧୁସୂଦନ ଏକାଧାରରେ ଜଣେ ବରିଷ୍ଠ ଶିକ୍ଷକ ଭାବରେ ଜଣାଶୁଣା ରହିଥିଲେ । ଚାକିରି ଜୀବନର ଶେଷ ସମୟରେ ପେଣ୍ଡୁରାବାଡି ବିଦ୍ୟାଳୟରୁ ଆଜକୁ ପ୍ରାୟ ୨୭ ବର୍ଷ ତଳେ ଅବସର ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଜଣେ ଜୋତିଷ୍ ବିଶାରଦ ଓ କର୍ମକାଣ୍ଡି ପଣ୍ଡିତ ଭାବେ ପୁରସ୍କୃତ ହେବା ସହ ସ୍ଵର୍ଣ ଅଳଙ୍କାର ଭୂଷଣରେ ସମ୍ମାନିତ ହୋଇଥିଲେ । ଏହି ଦୁଃଖଦ ସମୟରେ ମୃତଶଯ୍ଯା ନିକଟରେ ୨ ପୁଅ ତଥା ସାମ୍ବାଦିକ ଗିରିଜା ପ୍ରସାଦ ରଥ ଓ ଶିବ ପ୍ରସାଦ ରଥ ସମେତ ୩ ଝିଅ , ଜ୍ୱାଇଁ , ନାତି, ନାତୁଣୀ , ବୋହୂମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେବାସହ ଆତ୍ମୀୟ ସୁଜନ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ଗ୍ରାମ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here