ଜଗଦଳପୁର ପଞ୍ଚାୟତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

0
387

କୁକୁଡ଼ାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମ ପଞ୍ଚାୟତ ବାସୀଙ୍କ ନିମନ୍ତେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।ସ୍ଥାନୀୟ ସରପଞ୍ଚ କ୍ରାନ୍ତୀ କୁମାରୀ ଦେବୀ ଓ ଗ୍ରାମର ଯୁବ ଗୋଷ୍ଠୀଙ୍କ ମିଳିତ ସହଯୋଗରେ ଏହି ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ରୂପେ ଓ ସ୍ଥାନୀୟ ସମିତି ସଭ୍ୟ ବି.ରବୀନ୍ଦ୍ର କୁମାର ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ଚିକିତ୍ସାଳୟର ଜେନେରାଲ ମେନେଜର ଏସ୍.ଆନନ୍ଦ ରମଣା,କ୍ୟାମ୍ପ ମେନେଜର ଚିତ୍ରସେନ୍ ଗଉଡ଼,ସିନିୟର ଟେକ୍ନିସିଏନ୍ ଏନ୍.ଭାଗ୍ୟଲକ୍ଷ୍ମୀ,ହୃଷିକେଶ ରଥ, ଟେକ୍ନିସିଏନ୍ ପାୟଲ୍ ପାତ୍ର,ସାଗର ମହାନ୍ତି ପ୍ରମୁଖ କର୍ମଚାରୀ ଉପସ୍ଥିତ ରହି ଲୋକଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।ଚିକିତ୍ସା ନିମନ୍ତେ ଆସୁଥିବା ପ୍ରତ୍ୟେକ ଜନ ସାଧାରଣ ଯେପରି ମାଗଣାରେ ଚକ୍ଷୁ ଚିକିତ୍ସାର ସବୁ ସୁବିଧା ପାଇପାରିବେ ସେଥିପ୍ରତି ଉପସ୍ଥିତ ଥିବା ଚିକିତ୍ସକଙ୍କୁ ଅତିଥି ମାନେ ଅନୁରୋଧ କରିଥିଲେ । ଚିକିତ୍ସା ପୂର୍ବରୁ ପ୍ରତ୍ୟେକ ରୋଗୀଙ୍କ ନାମକୁ ପ୍ରଥମେ ରେଜିଷ୍ଟ୍ରରଭୁକ୍ତ କରାଯିବା ସହ ବ୍ଲଡ଼ ପ୍ରେସର ଓ ସୁଗାର ଚେକ୍ କରାଯାଇ ଚିକିତ୍ସା ନିମନ୍ତେ ଅନୁମତି ଦିଆଯାଉଥିଲା ।ଏଥିରେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୧୨ ଜଣଙ୍କୁ ମାଗଣାରେ ମୋତିଆବିନ୍ଦୁ ଅପରେସନ୍ ନିମନ୍ତେ ହସ୍ପିଟାଲକୁ ପଠାଯାଇଥିଲା ।ତେବେ ଏହି ଶିବିରରେ ଜଗଦଳପୁର ଗ୍ରାମର ନାୟବ ସରପଞ୍ଚ ଏସ୍.ମନୋଜ କୁମାର ପାତ୍ର,ସମାଜସେବୀ କେ.ତ୍ରିନାଥ ପାତ୍ର,ସିଏଚ୍.ରାମେୟା ପାତ୍ର,ବାବୁଲା ପାତ୍ର,ପାଟା ବାସୁଦେବ, ସୁଦର୍ଶନ ପାଢ଼ୀ,ନାରାୟଣ ପ୍ରଧାନ,ଯୋଗୀ ସେଠି,କେ.ଅମିତ କୁମାର,ୱାର୍ଡ ମେମ୍ବର ପି.ରବି ଦାସ ଓ ରାଜୁ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here