ବୁଗୁଡ଼ାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

0
242

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ପରିସରରେ ମଇ ୧୪ ତାରିଖ ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି। ବୁଗୁଡା ଅଦାଲତର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅରୋଲିତି ପରିଚାଙ୍କ ଅଧ୍ୟକ୍ଷତାରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଫ୍ରଣ୍ଟ ଅଫିସ ରିଟେନର ଆଡଭୋକେଟ ସୁଶାନ୍ତ କୁମାର ସେଠୀ ଏବଂ ଆଡଭୋକେଟ ଭକ୍ତ ଚରଣ ଦାସ, ପ୍ରଭାତ କୁମାର ଜେନା, ବିଭୁଦତ୍ତ ନାୟକ, ଓ ସାଇ ସନ୍ତୋଷିନୀ ପ୍ରଧାନ ଙ୍କ ସମେତ ଅଦାଲତର ଲିଗାଲ କ୍ଳାର୍କ ଶ୍ରଦ୍ଧାଞ୍ଜଳି ସେଠୀ, କୃଷ୍ଣଚନ୍ଦ୍ର ପ୍ରମୁଖ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here