ମହିଳାଙ୍କୁ ଧକ୍କା ଦେଇ ଓଲଟି ପଡ଼ିଲା ଟ୍ରକ, ମହିଳା ମୃତ

0
277

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ଥାନା ଅନ୍ତର୍ଗତ ଦଳିବାଟି ଗ୍ରାମର ପି. କୃଷ୍ଣ ମୂର୍ତ୍ତି ପାତ୍ରଙ୍କ ସ୍ତ୍ରୀ ପି. ସତ୍ୟମଞ୍ଜରୀ ପାତ୍ର ଆଜି ସକାଳ ୬ ଟା ରେ ପୋଖରୀ କୁ ଗାଧୋଇବା ପାଇଁ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ର କେନ୍ଦ୍ରୀୟ ନର୍ସରୀ ପାଖରେ ଏକ ଟ୍ରକ ନମ୍ବର ଏପି୩୭ଟିଜେ୧୨୩୭ ଅତି ଦ୍ରୁତ ଗତିରେ ଆସି ମହିଳା ଙ୍କୁ ଧକ୍କା ଦେଇ ରାସ୍ତା କଡରେ ଓଲଟି ପଡ଼ିଥିଲା । ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତା ରେ ଦମକଳ ଗାଡି ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ସ୍ଥାନୀୟ ଲୋକେ ୧୬ ନମ୍ବର ଜାତୀୟ ରାଜପ ଅବରୋଧ କରିଥିବା ଖବର ପାଇ ଖଲ୍ଲିକୋଟ ଥାନା ଆଇ.ଆଇ.ସି. ସତ୍ୟରଞ୍ଜନ ପ୍ରଧାନ ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢ଼ୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝେଇବା ପରେ ରାସ୍ତା ଅବରୋଧରୁ ସ୍ଥାନୀୟ ଲୋକେ ହଟିଯାଇଥିଲେ । ପରେ ଶ୍ରୀ ପ୍ରଧାନ ମେଡ଼ିକାଲ ରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ । ଦୁର୍ଘଟଣା ଘଟାଇ ଓଲଟି ପଡିଥିବା ଟ୍ରକ କୁ ଜବତ କରାଯାଇଛି ଏବଂ ଡ୍ରାଇଭର କୁ ଅଟକ ରଖାଯାଇଛି । ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୪୩୭/୨୦୨୦ ଅନୁସାରେ ଏକ ମକଦ୍ଦମା ରୁଜୁ ହୋଇଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here