ସ୍ବର୍ଗତ ସାମ୍ବାଦିକ ଶ୍ରୀ ପାତ୍ରଙ୍କ ପରିବାରକୁ ଆର୍ଥିକ ସହାୟତାର ହାତ ବଢ଼ାଇଲେ ବରିଷ୍ଠ ସାମ୍ବାଦିକ ଚୀରଞ୍ଜିତ ରାଜଗୁରୁ

0
315

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସହାୟତାର ହାତ ବଢାଇଛନ୍ତି ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ୍ ରାଜଗୁରୁ । ୫୫୫୫ଟଙ୍କାର ଏହି ଅର୍ଥ ରାଶି ସ୍ୱର୍ଗତ ବିଷ୍ଣୁ ପାତ୍ରଙ୍କ ପତ୍ନୀ ବନିତା ପାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟ ଖାତାକୁ ପଠାଇବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ,ଗଂଜାମ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବିଭିନ୍ନ ଖବରକାଗଜରେ ସାମ୍ବାଦିକରି ଆସୁଥିବା ସାମ୍ବାଦିକ ସ୍ୱର୍ଗତ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ଗତ ମେ ମାସ ୧୬ ତାରିଖରେ ପରଲୋକ ଘଟିଥିଲା । ସେ ଜିଲ୍ଲାର ଜଣେ ବରିଷ୍ଠ ତଥା ଆଗଧାଡିର ସାମ୍ବାଦିକ ଭାବେ ୧୫ବର୍ଷ ଧରି କାର୍ଯ୍ୟରତ ଥିଲେ ।ସାହାଯ୍ୟର ହାତ ବଡାଇଥିବା ସାମ୍ବାଦିକ ଚିରଞ୍ଜିତ୍ ରାଜଗୁରୁଙ୍କ ଏହିପରି କାର୍ଯ୍ୟକୁ ରଙ୍ଗେଇଲୁଣ୍ଡା ପ୍ରେସ୍ କ୍ଲବ ପକ୍ଷରୁ ଚିରଞ୍ଜିତ୍ ରାଜଗୁରୁଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here