ବସନ୍ତ କୁମାର ଦଳାଇ ବୁଗୁଡା ଏନଏସି ସାଂସଦ ପ୍ରତିନିଧି

0
318

ବୁଗୁଡା : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସାଂସଦ ପ୍ରତିନିଧି ଭାବେ ଅରବିନ୍ଦ ନଗର ପ୍ରଥମ ଗଳିର ବସନ୍ତ କୁମାର ଦଳେଇ ମନୋନୀତ ହୋଇଛନ୍ତି। ବୁଗୁଡା ଏନଏସି ସାଂସଦ ପ୍ରତିନିଧି ଭାବେ ଚିତ୍ରସେନ ପ୍ରଧାନ ଦାୟିତ୍ବ ପରିଚାଳନା କରୁଥିଲେ। ଚିତ୍ରସେନ ପ୍ରଧାନ ବୁଗୁଡା ଏନଏସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାପରେ ଶ୍ରୀ ଦଳାଇଙ୍କୁ ସାଂସଦ ପ୍ରତିନିଧି ଭାବେ ମନୋନୀତ କରାଯାଇଛି। ସାଂସଦ ପ୍ରମିଳା ବିଷୋୟୀଙ୍କ ପାତ୍ରଙ୍କ ଏମପି.ଏଲଏସ./ଆସ୍କା/ଜୁନ ୨୨/ ୦୧୦ ତାରିଖ ୧୩/୦୬/୨୨ ପ୍ରକାରେ ବସନ୍ତ କୁମାର ଦଳାଇ ବୁଗୁଡା ଏନଏସି ର ସାଂସଦ ପ୍ରତିନିଧି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ମାନ୍ୟବର ସାଂସଦ ପ୍ରମିଳା ବିଷୋୟୀଙ୍କୁ ବସନ୍ତ କୁମାର ଦଳାଇ କୃତଜ୍ଞତା ଜଣାଇବା ସହ ଯେଉଁ ବିଶ୍ୱାସ ରଖି ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ତାହା ସୁଚାରୁଭାବେ ପରିଚାଳନା କରିବେ ବୋଲି ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here