କୁକୁଡ଼ାଖଣ୍ଡି ବ୍ଲକର ବିଭିନ୍ନ ଶୈବ ପିଠରେ ଶୀତଳଷଷ୍ଠି ଯାତ୍ରା ଅନୁଷ୍ଠିତ

0
280

କୁକୁଡାଖଣ୍ଡି : କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ଶୈବ ପିଠରେ ଦେବ ଦମ୍ପତି ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ସେଥିମଧ୍ୟରୁ ଶିହଳା ଶୈବ ପିଠରେ ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର ଓ ତାଙ୍କ ସ୍ୱାମୀ ଗୌରୀ ଶଙ୍କର ପାତ୍ର ଉଭୟେ କର୍ତା ରୂପେ ବିବାହ କାର୍ଯ୍ୟ ସମ୍ପାଦନା କରିଥିଲେ ।ସେହିପରି କୁକୁଡାଖଣ୍ଡି ଶୈବ ପିଠରେ ମଧ୍ୟ ଶୀତଳଷଷ୍ଠି ଯାତ୍ରା କାର୍ଯ୍ୟକ୍ରମକୁ ଶ୍ରୀନିବାସ ରାଉଳ, ଏସ. ସୁଜିତ କୁମାର,ଦିଲୀପ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।ସେହିଭଳି ଜଗଦଳପୁର ଗ୍ରାମର ନୀଳକଣ୍ଠ ମନ୍ଦିର ଶୈବ ପୀଠରେ ମହା ଆଡମ୍ବରରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଥିଲା।ଏଥିରେ କର୍ତା ରୂପେ କେ. ମଲ୍ଲା ଦାସ ଓ ତାଙ୍କ ପତ୍ନୀ କେ. ସରୋଜିନୀ ଦାସ ଉପସ୍ଥିତରେ ପୂଜକ ଶରତ ଚନ୍ଦ୍ର ପାଢ଼ୀ, ବଂଶୀଧର ପାଢ଼ୀ,ମିଟୁ ପାଢ଼ୀ, ଉପସ୍ଥିତ ରହି ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ ।ଏଥିରେ ମନ୍ଦିର ପୂଜକ କୈଳାସ ମହାପାତ୍ର, ମିଟୁ ମହାପାତ୍ର, ଟୁଟୁ ମହାପାତ୍ର,ଶିଶିର ମହାପାତ୍ର, କମିଟି ବୃନ୍ଦ କେ. ନାରାୟଣ ପାତ୍ର,କେ.ସନ୍ତୋଷ ପାତ୍ର,ଏସ. ବୁଲୁ ପାତ୍ର,ନାଗେଶ ପାତ୍ର,ହାଡୁବନ୍ଧୁ ବେହେରା,ମୁନା ପାଢ଼ୀ,ବି. ବିଚିତ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here