ବଂଶୀଧର ନାୟକ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

0
415

ବୁଗୁଡା : ବୁଗୁଡା ବ୍ଲକ ପାଇଁ ୨୦୨୨ ମସିହା ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି ବି.କରଡ଼ାବାଡ଼ି ଗ୍ରାମର ବିଶିଷ୍ଟ ସମାଜସେବୀ ବଂଶୀଧର ନାୟକ। ରାଜ୍ୟ ସରକାର ଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର ଯୋଗ୍ୟ ବ୍ୟକ୍ତିଙ୍କୁ ଜୁନ ୫ ତାରିଖ ଦିନ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ବ୍ରହ୍ମପୁର ମଣ୍ଡଳ ମୁଖ୍ୟ ଜଙ୍ଗଲ ସଂରକ୍ଷକ ଙ୍କ କାର୍ଯ୍ୟାଳୟର ସଭା ଗୃହରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅନ୍ୟ ବ୍ଲକର ବ୍ୟକ୍ତି ବିଶେଷଙ୍କ ସମେତ ବୁଗୁଡା ବ୍ଲକର ବଂଶୀଧର ନାୟକଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ନାୟକଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ବାବଦକୁ ଦଶ ହଜାର ଟଙ୍କାର ଚେକ ଓ ପ୍ରମାଣ ପତ୍ର ପ୍ରଦାନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here