ବ୍ରହ୍ମପୁର ଠାରେ ବନ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ପରିବେଶ ଦିବସ ପାଳିତ

0
260

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥାନୀୟ ଆଞ୍ଚଳିକ ବନ ସଂରକ୍ଷକଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପରିବେଶ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ଯୋଗ ଦେଇଥିଲେ। ସେହିପରି ଅନ୍ୟତମ ଅତିଥି ଭାବେ ଜିଲ୍ଲାର ଦୁଇଜଣ ଅବତୈନିକ ବନ୍ୟପ୍ରାଣୀ ତତ୍ୱାବଧାରକ ସୁଳପାଣି ଶତପଥି ଓ ରବିନ୍ଦ୍ର ନାଥ ସାହୁ ମଞ୍ଚାସିନ ଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ ଏବଂ ବନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଗଞ୍ଜାମ ଜିଲ୍ଲାର ତିନି ଗୋଟି ବନଖଣ୍ଡ ଅଞ୍ଚଳରେ କାର୍ଯ୍ୟ କରୁଥିବା 17ଜଣ ବ୍ୟକ୍ତି ବିଶେଷଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରିଥିଲେ। ସେହିପରି ପାରଳାଖେମୁଣ୍ଡି ବନଖଣ୍ଡ ଅଧିନରେ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ ଏବଂ ବନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ପାଞ୍ଚ ଜଣ ବ୍ୟକ୍ତି ବିଶେଷଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରିଥିଲେ। ସେହିପରି ପୂର୍ବରୁ ବିଭିନ୍ନ ବିଦ୍ୟାଳୟ ସ୍ତରରେ ପରିବେଶ ସୁରକ୍ଷାକୁ ନେଇ ହୋଇଥିବା ଚିତ୍ରାଙ୍କନ, ରଚନା, ବକୃତା ଓ ଶ୍ଲୋଗାନ ପ୍ରତିଯୋଗିତାରେ ଭଲ ପଦର୍ଶନ କରିଥିବା 40 ଜଣ ଛାତ୍ରଛାତ୍ରୀଙ୍କୁ ବନ ବିଭାଗ ପକ୍ଷରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବାଲୁକା କଳାରେ ସଚେତନତା ବାର୍ତ୍ତା ପ୍ରଦାନ କରୁଥିବା ବ୍ରହ୍ମପୁରର ସତ୍ୟ ମହାରଣା, ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ବାର୍ତ୍ତା ପ୍ରଦାନ କରୁଥିବା ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର ପାତ୍ର ଏବଂ ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତରେ ବନୀକରଣକୁ ପ୍ରୋତ୍ସାହିତ କରୁଥିବା ଜନ ପ୍ରତିନିଧି ଜି ସନ୍ତୋଷ ରେଡ୍ଡୀଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ମିଳିଥିବା ବେଳେ ସମସ୍ତେ ରାଜ୍ୟ ସରକାର ଏବଂ ବନ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଏସିଏଫ ଅଶୋକ ବେହେରା ମଞ୍ଚ ପରିଚାଳନା କରୁଥିବା ବେଳେ ଦିଗାମ୍ବର ପାତ୍ର, ଦିଗାମ୍ବର ହୋତା, ଅନିତା ଦେବୀ, ସନ୍ତୋସ କୁମାର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡିସିଏଫ ରମା ରଞ୍ଜନ ପଟ୍ଟନାୟକ, ପୂର୍ବତନ ଏସିଏଫ ତ୍ରୀନାଥ ପଟ୍ଟନାୟକ, ବନାଞ୍ଚଳ ଅଧିକାରୀ ରଜତ ମିଶ୍ର, ସିଦ୍ଦାର୍ଥ ସାହୁ, କାହ୍ନୁ ଚରଣ ପଟ୍ଟନାୟକ, ମନୋଜ କୁମାର ପାତ୍ର, ବନପାଳ ପ୍ରଦିପ ପଣ୍ଡା, ବାବୁ ସେଠୀ, ରୁପକ ପ୍ରଧାନ, ଅଭିନାଶ ଚୌଧୁରୀ, ଗିରିଶ ଚନ୍ଦ୍ର ରାୟ ଙ୍କ ସମେତ ବହୁ ବନ କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here