ଶ୍ରୀମନ୍ଦିର ସୁରକ୍ଷା ସମିତି ବେଗୁନିଆପଡା ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

0
262

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଆଜି ବେଗୁନିଆପଡା ବ୍ଲକ ଶ୍ରୀ ମନ୍ଦିର ସୁରକ୍ଷା ସମିତି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ମୁତାବକ ଏହି ଦାବୀପତ୍ର ରେ ଶ୍ରୀକ୍ଷେତ୍ର ପୁରୀ ଏକ ଆଧ୍ୟାତ୍ମିକ ତଥା ସାଂସ୍କୃତିକ କ୍ଷେତ୍ର ଏବଂ ଚାରିଧାମ ମଧ୍ୟରୁ ଏହା ଏକ ପୂଣ୍ୟ ଧାମ । ରାଜ୍ଯସରକାର ଏ ଏସ୍ ଆଇ ର ବିନା ଅନୁମତିରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଖନନ କରୁଛନ୍ତି ବୋଲି ଉଲ୍ଲେଖ କରିବା ସହ ଉକ୍ତ କାର୍ଯ୍ୟକୁ ବିରୋଧ କରି ଏବଂ ଖନନ କାର୍ଯ୍ୟ ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ସୁରକ୍ଷା ସମିତି ପକ୍ଷରୁ ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ସଂଯୋଜକ ଶ୍ରୀକାନ୍ତ ଶତପଥୀ, ସଦସ୍ୟ ନାରାୟଣ ବେହେରା, ଗଣେଶ୍ଵର ମୁଦୁଲି, ଚନ୍ଦ୍ରମୋହନ ଜେନା,ପ୍ରଭୁପ୍ରସାଦ ପଣ୍ଡା, ସିମାଞ୍ଚଳ ମହାନ୍ତି, ନାରାୟଣ ପ୍ରଧାନ ସମେତ ଶ୍ରୀ ମନ୍ଦିର ସୁରକ୍ଷା ସମିତି ର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here