ବ୍ଲକ ଉପାଧ୍ୟକ୍ଷାଙ୍କ ଦ୍ୱାରା ନାଟକ ଉଦଘାଟିତ । “ଅସତୀ ତୁଳସୀ ସତୀ ଚଉଁରା “

0
234

କୁକୁଡ଼ାଖଣ୍ଡି:ବ୍ରହ୍ମପୁର ଉପକଣ୍ଠ ତଥା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଆଙ୍କୁଶପୁର ଗ୍ରାମରେ ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହୋଇଥିବା ମା’ ଠାକୁରାଣୀଙ୍କ ଯାତ୍ରା ଅବସରରେ ଗ୍ରାମ୍ୟ କଳାକାରଙ୍କ ଦ୍ବାରା ପର୍ଯ୍ୟବେସିତ କରାଯାଇଥିବା ଅପେରା “ ଅସତୀ ତୁଳସୀ ସତୀ ଚଉଁରା ” ନାଟକ ପରିବେଷଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ କୁକୁଡାଖଣ୍ଡି ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ସମାଜସେବୀ ଉଦୟ ବେହେରା ,ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭାବନିକାନ୍ତ ସାହୁ,ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ,ଆଙ୍କୁଶପୁର ସରପଞ୍ଚ ମୁରଲୀ ସେଠି,ଲାଠି ସରପଞ୍ଚ ରାଧାମୋହନ ସେଠି,ସମାଜସେବୀ ରବୀନ୍ଦ୍ର ମହାରଣା,ମସିହାଖାଲି ସରପଞ୍ଚ କେ.ବୁଲୁ,ଲାଞ୍ଜିଆ ସରପଞ୍ଚ ଅନୀଲ ଗୌଡ଼, ଦକ୍ଷିଣପୁର ସରପଞ୍ଚ ଦେବାଶିଷ ,ସିଂହଳା ସରପଞ୍ଚ, ଗାଁ ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ପାଣିଗ୍ରାହୀ,ଗୌରୀ ଶଙ୍କର ପାତ୍ର, ସଦାନନ୍ଦ ଗୌଡ଼,ପୂର୍ବତନ ସରପଞ୍ଚ ପ୍ରତିନିଧି ରାଉଳ ବାବୁ ଯୋଗ ଦେଇ ନାଟକ ମଞ୍ଚରେ ଆୟୋଜିତ ସଭାରେ ଯୋଗ ଦେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପୂଜାପାଠ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।ପରେ ଅତିଥି ମାନଙ୍କ ଦ୍ଵାରା ରିବନ୍ କାଟି ଉଦଘାଟନ କରାଯାଇଥିଲା । ଆଙ୍କୁଶପୁର ପଞ୍ଚବାର୍ଷିକୀ ଠାକୁରାଣୀ ଯାତ୍ରା ଅବସରରେ ମା ଠାକୁରାଣୀ ନାଟ୍ୟ ସଂସଦ ଆନୁକୁଲ୍ୟରେ ରବିବାର ଦିନ ସମୟ ରାତ୍ର ୦୯.୦୦ ସମୟରେ ଆଙ୍କୁଶପୁର ଗ୍ରାମର ଯୁବ କଳାକାରଙ୍କ ଦ୍ବାରା ପରିବେଷଣ କରାଯାଇଥିବା ଶ୍ରେଷ୍ଠ ସାମାଜିକ ନାଟକ “ ଅସତୀ ତୁଳସୀ ସତୀ ଚଉଁରା ” ଗଞ୍ଜାମ ଜିଲ୍ଲାର ପ୍ରଖ୍ୟାତ ନିର୍ଦ୍ଦେଶକ ଟୁଟୁ ପାଢ଼ୀଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ତ ହୋଇଥିଲା।ବ୍ଲକ ଯୁବ ସଭାପତି ସଞ୍ଜୟ କୁମାର ସାହୁଙ୍କ ତତ୍ୱାବଧାନରେ ଏହି ନାଟକ ପରିବେଷିତ ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ ଭିନ୍ନକ୍ଷମ ନେତା କେ. ମଣିବାବୁ ପରିଚାଳନା କରିଥିବା ବେଳେ ରବୀନ୍ଦ୍ର ସାହୁ, ବଳରାମ ସାହୁଙ୍କ ସମେତ ଗ୍ରାମର ଯୁବଗୋଷ୍ଠୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ନାଟକ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଭିଡ଼ ଜମାଇଥିଲେ ।ସଦର ଥାନାଧିକାରୀ ମହେନ୍ଦ୍ର କୁମାର ସାହୁ ନିଜେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here