ଅଙ୍ଗାରଗାଁରେ ଶ୍ରୀରାମ ଚରିତ ମାନସ ଅନୁଷ୍ଠିତ

0
245

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ତ୍ରିମୂର୍ତ୍ତୀ ନଗର ଠାରେ ଶ୍ରୀରାମ ଚରିତ ମାନସ, ନବାହ୍ନ ପାରାୟଣ, ଜ୍ଞାନଯଜ୍ଞ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଅଛି । ସନ୍ଥ ବିଜୟ ରାଘବେନ୍ଦ୍ର ମହାରାଜ ଓ ବ୍ୟାସ ଦାମୋଦର ମହାରାଜଙ୍କ ଦ୍ଵାରା ଶ୍ରୀରାମ ଚରିତ ମାନସ, ନବାହ୍ନ ପାରାୟଣ, ଜ୍ଞାନଯଜ୍ଞ ଓ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ସାଧୁସସ୍ଥ ଓ ପଣ୍ଡିତ ମାନଙ୍କ ଦ୍ୱାରା ଅନୁଷ୍ଠିତ ହେଉଅଛି । ଏହି କାର୍ଯ୍ୟକ୍ରମ ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଏଥିରେ ପ୍ରବଚନ ଓ ବିଭିନ୍ନ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ମହାବୀର ପରିଚାଳନା କମିଟି ଓ ଅଙ୍ଗାରଗାଁ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶତାଧିକ ଭକ୍ତଙ୍କ ସମାଗମ ହେଉଛି । ପ୍ରତ୍ୟେକ ଦିନ ଅନ୍ନ ପ୍ରସାଦର ଆୟୋଜନ ହେଉଅଛି । ଏହି କାର୍ଯ୍ୟକ୍ରମ ପାଇଁ ତ୍ରିମୂର୍ତ୍ତୀ ନଗର ପରିସର ଉତ୍ସବ ମୁଖର ପାଲଟିଛି ।

LEAVE A REPLY

Please enter your comment!
Please enter your name here