ମହାନଗର ମହୋତ୍ସବ ଉଦଯାପିତ

0
228

ବ୍ରହ୍ମପୁର – କଳା , ସଂସ୍କୃତି, ଓ ସାହିତ୍ୟକୁ ବଞ୍ଚାଇ ରଖିବା ଲକ୍ଷ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଥିବା ମହାନଗର ମହୋତ୍ସବ ଗୁରବାର ଉଦଯାପିତ ହୋଇଯାଇଛି । ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଦୀର୍ଘ ୧୧ ଦିନ ଧରି ଚାଲିଥିଲା ଏହି ମାଟିର ମହୋତ୍ସବ। ଆଜି ମହୋତ୍ସବର ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଯୋଗ ଦେଇ ଏଭଳି ମହୋତ୍ସବ ର ଆୟୋଜନ ଲୋକଙ୍କ ମନରଞ୍ଜନ ସହ କଳା ଓ ସାହିତ୍ୟ, ସଂସ୍କୃତି କୁ ଉଜ୍ଜୀବିତ ରଖିପାରିବାରେ ସହାୟକ ହେବ ବୋଲି ମତ ରଖିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଜେଡି ରାଜ୍ୟ ସମ୍ପାଦକ ସୁବାସ ମହାରଣା, ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ, ମହୋତ୍ସବ ର ଆବାହକ ଇ. ଉମା ଶଙ୍କର ପାଣିଗ୍ରାହୀ, ମେୟର ସଂଘମିତ୍ରା ଦଳେଇ, ବିକାଶ ଫାଉଣ୍ଡେସନ ର ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ,ପ୍ରଶାନ୍ତ ମହାପାତ୍ର ଚେୟାରମ୍ୟାନ ଗୁରୁକୂଳ ଇଣ୍ଟରନ୍ୟାସନାଲ, ବିଜେପି ନେତା ଉତ୍ତମ ପାଣିଗ୍ରାହୀ, ବିଜେପି ମେୟର ପ୍ରାର୍ଥୀନୀ ଡ଼. ସବିତା ସୁଆର, ବ୍ରହ୍ମପୁର ସହରର ବିଭିନ୍ନ ୱାର୍ଡ ର କର୍ପରେଟର ପ୍ରମୁଖ ଯୋଗ ଦେଇ ବ୍ରହ୍ମପୁର ମାଟିରେ ଲଗାତାର ପ୍ରତିବର୍ଷ ଏଭଳି ମୋହତ୍ସଵ ଆୟୋଜିତ ହୋଇ ଆସୁଥିବାରୁ ଆୟୋଜକ କମିଟି କୁ ସାଧୁବାଦ ଜଣାଇବା ସହ ଗଞ୍ଜାମ ଜିଲ୍ଲାର କଳାକୁ ଉଜ୍ଜୀବିତ କରିବା ପାଇଁ ଏହି ମହୋତ୍ସବ ଏକ ପ୍ଲାଟଫର୍ମ ବୋଲି ମତ ରଖିଥିଲେ। ଏଥିସହ ସମସ୍ତ କର୍ପରେଟର ଙ୍କୁ ମଞ୍ଚ ରେ ସମ୍ମାନିତ କରାଯାଇଥିଲା।

ମହୋତ୍ସବ କମିଟି ସଭାପତି ନାରାୟଣ ମହାଙ୍କୁଡ଼ଙ୍କ ସଭାପତିତ୍ୱ ଓ ସମ୍ପାଦକ ଗୋପାଳ ପଟ୍ଟନାୟକ ଙ୍କ ତତ୍ୱବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସନ୍ଧ୍ୟାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ମଞ୍ଚାସିନ ଥିଲେ। ସର୍ବା ଶେଷରେ ଶଙ୍କର ରଣା ଧନ୍ୟବାଦ ଅର୍ପଣ କରିଥିଲେ।

ମହୋତ୍ସବ ର ଅନ୍ତିମ ଦିନରେ ସାନଖେମୁଣ୍ଡି ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବହୁ କବି, କବୟିତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମହାନଗର ମହୋତ୍ସବ ର ଉପ ସଭାପତି , ସାହିତ୍ୟିକ, କବି ତଥା ଶିକ୍ଷାବିତ ମିହିର ରଞ୍ଜନ ତ୍ରିପାଠୀ ପରିଚାଳନା କରିଥିଲେ।

ଅନ୍ୟପଟେ ମହାନଗର ମହୋତ୍ସବ ର ଅନ୍ତିମ ଦିବସର ସାଂସ୍କୃତିକ ସନ୍ଧ୍ୟାରେ ତାଇକୋଣ୍ଡ ଏସୋସିଏସନ ଅଫ ବ୍ରହ୍ମପୁର , ସ୍ଥାନୀୟ କଳାକାର ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କଟକ ମେଲୋଡି ଓ ରେକର୍ଡ ଡ୍ୟାନ୍ସ ଭଳି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ମତୁଆଲା ହୋଇଥିଲେ ଦର୍ଶକ। ଯାହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାର ଆଖପାଖରୁ ବେଶ ଜନସାଧାରଣଙ୍କ ସମାଗମ ହୋଇଥିଲା।

ସକାଳ ଖବର କାଗଜର ଦକ୍ଷିଣ ଓଡିଶା ମୁଖ୍ୟ ଜଗନ ମହୋନ ମହାପାତ୍ର ଙ୍କ ପ୍ରଚେଷ୍ଟାରୁ ପ୍ରତିଦିନ ଭଳି ଆଜି ବି ସକାଳ ପ୍ରତିଭା ସମ୍ମାନରେ ବ୍ରହ୍ମପୁର ତାଇକୋଣ୍ଡ ଆସୋସିଏସନକୁ ପୁରସ୍କୃତ କରାଯାଇଥିଲା।

ମହୋତ୍ସବ ମଞ୍ଚ ରେ ମା ବାଳ କୁମାରୀଙ୍କ ନାମ ରେ ଏକ ଭିଡ଼ିଓ ଭୋଜନ କୁ ଉନ୍ମୋଚନ କରାଯାଇଥିଲା।

ଶେଷ ସନ୍ଧ୍ୟାରେ ମହୋତ୍ସବ କମିଟିର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଦୀପ ସାହୁ ,ସତ୍ୟ ଚେତନ ପରିଡା, ସ୍ୱାଧୀନ ପାତ୍ର , ଅଭିରାମ ପାତ୍ର, ଅନନ୍ତ ପ୍ରଧାନ, ଶଙ୍କର ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଅନ୍ୟପଟେ ମହାନଗର ମହୋତ୍ସବ ର ଅନ୍ୟତମ ଆକର୍ଷଣ ପାଲଟିଥିଲା ରାଜ୍ୟ ତଥା ରାଜ୍ୟ ବାହାରର ୧୦୦ ରୁ ଉର୍ଦ୍ଧ ଷ୍ଟଲ। ଯେଉଁଥିଲେ ଘୋରଇ ସାମଗ୍ରୀ ସମେତ ବିଭିନ୍ନ ରକମର ଖାଦ୍ୟ ପଦାର୍ଥ ଓ ଘର ସଜଣା ଉପକରଣ ଉପଲବ୍ଧ ଥିଲା। ଯାହା ମହୋତ୍ସବ ସନ୍ଧ୍ୟା କୁ ଆହୁରି ଆକର୍ଷଣୀୟ କରିଥିଲା।

LEAVE A REPLY

Please enter your comment!
Please enter your name here