ଭଞ୍ଜନଗର ରେ ପ୍ରଥମ ଥର ପ୍ରଦର୍ଶିତ ହେଲା ମାଇମ ଆର୍ଟ

0
317

ଭଞ୍ଜନଗର : ମାଇମ୍ ଅଭିନୟ ତଥା ମୁକାଭିନୟ କୁ ଓଡ଼ିଶାରେ ପ୍ରଚାର ପ୍ରସାର ଉଦେଶ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ସହଯୋଗ କ୍ରମେ ଓଡିଶା ମାଇମ୍ ସେଣ୍ଟର ତରଫରୁ ଏମ.ଫେଷ୍ଟ ନାମ ରେ ୨୫ ନଭେମ୍ବରରୁ ୨୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ମାଇମ ଆର୍ଟ ପ୍ରଦର୍ଶିତ ହୋଇ ଆସୁଛି। ଏହି ପରିପ୍ରେକ୍ଷୀରେ ସୋମବାର ସନ୍ଧ୍ୟାରେ ଭଞ୍ଜନଗର ଏନଏସି ଅଫିସ କାଯ୍ୟାଳୟ ପରିସରରେ ମୁକ୍ତାକାଶ ରଙ୍ଗମଞ୍ଚ ଜରିଆରେ ମାଇମ ଆର୍ଟ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୋଇଥିଲା। ଶିବ ଶଙ୍କର ତ୍ରିପାଠୀ ଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାଯ୍ୟକ୍ରମରେ ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ସଂମ୍ମାନୀତ ଅତିଥି ଭାବେ ଏନଏସି କାଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ,ସଂସ୍କୃତିରତ୍ନ ନାରାୟଣ ମହାରଣା ପ୍ରମୁଖ ଯୋଗ ଦେଇଥିଲେ। ଭାରତର ପ୍ରସିଦ୍ଧ ମାଇମ୍ ଅଭିନେତା ତଥା ନିର୍ଦ୍ଦେଶକ କମଲ ନସ୍କର କାଯ୍ୟକ୍ରମରେ ଚମତ୍କାର ମୁକାଭିନୟ ପରିବେଷଣ କରିଥିଲେ। ଏଥିରେ ରାଜ କୁମାରୀ ସଙ୍ଗୀତ ପରିବେଷଣ ଓ ଅଶୋକ ମହାପାତ୍ର ସଂଯୋଜନା କରିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here