ରାଜ୍ୟ ସ୍ତରୀୟ ଯୋଗ ଅଲିମ୍ପିଆଡ଼ : ବୁଗୁଡା ବ୍ଲକରୁ ଜଣେ

0
266

ବୁଗୁଡା : ଜିଲ୍ଲା ସ୍ତରୀୟ ଯୋଗ ଅଲିମ୍ପିଆଡ଼ ପ୍ରତିଯୋଗିତା ପାଇଁ ବୁଗୁଡା ବ୍ଲକରୁ ୯ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଜଣେ ଛାତ୍ର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଜଣାପଡିଛି। ଗତ ମଇ ୨୩ ତାରିଖରେ ବୁଗୁଡା ବ୍ଲକ ସ୍ତରୀୟ ଯୋଗ ଅଲିମ୍ପିଆଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ୯ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ। ମଇ ୨୪ ତାରିଖ ଦିନ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଯୋଗ ଅଲିମ୍ପିଆଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୧୪ ବର୍ଷରୁ କମ ବାଳକ ଓ ବାଳିକା ଏବଂ ୧୬ ବର୍ଷରୁ କମ ବାଳକ ଓ ବାଳିକା, ଏହିପରି ଚାରିଗୋଟି ବିଭାଗରେ ସମଗ୍ର ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୋଗଦେଇଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବୁଗୁଡା ବ୍ଲକର ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ୟୁ.ଲେଖରାଜ ପାତ୍ର ୧୪ ବର୍ଷରୁ କମ ବାଳକ ବିଭାଗରେ ଯୋଗ୍ୟ ବିବେଚିତ ହୋଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ମଇ ୨୮ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଯୋଗ ଅଲିମ୍ପିଆଡ଼ ପରିଯୋଗୀତା ଭୁବନେଶ୍ୱର, ୟୁନିଟ ୩ ର କ୍ୟାପିଟାଲ ହାଇ ସ୍କୁଲରେ ଅନୁଷ୍ଠିତ ହେବ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here