ରକ୍ତ ହୀନତା ଦୂର କରିବା ନେଇ ଅମ୍ଲାନ ଅଭିଯାନର ଶୁଭାରମ୍ଭ

0
205

ଛତ୍ରପୁର :ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶାଙ୍କ ଦ୍ବାରା ରକ୍ତହୀନତା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଆନିମିଆ ମୁକ୍ତ କରିବା ଲକ୍ଷ୍ୟ ନେଇ ଅମ୍ଲାନ ଅଭିଯାନ ବୁଧବାର ଆରମ୍ଭ କରାଯାଇଛି । ଆଜି ଅନୁଷ୍ଠିତ ଓସ୍ବାନ ଭିସି ମାଧ୍ୟମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଅମ୍ଲାନ ଅଭିଯାନର ଶୁଭାରମ୍ଭ କରି ଜଣାଇଥିଲେଯେ, ପ୍ରତ୍ୟେକ ଲୋକଙ୍କ ଜୀବନ ମୂଲ୍ୟବାନ । ଓଡିଶାର ସମସ୍ତଙ୍କ ସ୍ବାସ୍ଥ୍ୟ ସୁସ୍ଥ ରଖିବା କ୍ଷେତ୍ରରେ ଅନେକ ଗୁଡିଏ ଜନହିତକର କାର୍ଯ୍ୟ କରାଯାଉଅଛି । ଓଡିଶାର ୧.୩୭କୋଟି ଲୋକ ଏବଂ ଗର୍ଭବତୀ ମହିଳାଙ୍କ ରକ୍ତ ହୀନତା ଦୂର କରିବା ଲକ୍ଷ୍ୟ ନେଇ ପରୀକ୍ଷା, ଚିକିତ୍ସା ଏବଂ ସେମାନଙ୍କୁ ଏହି ଦିଗରେ ସଚେତନତା କରିବା ଆବଶ୍ୟକତା ରହିଛି । ଏଥି ନିମନ୍ତେ ସେବା ଯୋଗାଉଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଶିକ୍ଷଣ ଦେଇ ଓଡିଶାର ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ର ପିଲାମାନଙ୍କର ପରୀକ୍ଷା, ଚିକିତ୍ସା ଓ ସଚେତନତା କରାଯିବାର ଆବଶ୍ୟକତା ରହିଛି । ଏହି ଅଭିଯାନର ସଫଳତା ସକାଶେ ସେ ସମସ୍ତଙ୍କର ମିଳିତ ଉଦ୍ୟମ କରିବାକୁ ଜଣାଇଥିଲେ । ଫାଇଭ୍-ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଜଗଦୀଶ ରାଓ ପଟ୍ଟନାୟକ, ଏନ୍.ଆର୍.ଏଚ୍.ଏମ୍. ର ଜିଲ୍ଲା ଯୋଜନା ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଧୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାସ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶୁଭଶ୍ରୀ ପାତ୍ର, ଜିଲ୍ଲା ଶିକ୍ଷାଧିକାରୀ ଜିନୀତା ସେନାପତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ବିଭାଗର ଡିଏମଆରସିଏଚ୍ ଶକ୍ତି କୁମାର ଦିଗାଲ ପ୍ରମୁଖ ଅଧିକାରୀଗଣ ଉପସ୍ଥିତ ଥିଲେ । ରକ୍ତହୀନତା ଦୂର କରିବା ନେଇ ଜିଲ୍ଲାର ୬ ମାସରୁ ଆରମ୍ଭ କରି ୧୯ ବର୍ଷ ପିଲା ମାନଙ୍କୁ ଏବଂ ଗର୍ଭବତୀ ମହିଳା ମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ଔଷଧ ସେବନ କରାଯିବ । ମହିଳା ଏବଂ ଶିଶୁ ବିକାଶ ବିଭାଗ, ମିଶନ୍ ଶକ୍ତି ବିଭାଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଅନୁସୂଚୀତ ଜାତି ଓ ଜନଜାତି ବିଭାଗର ମିଳିତ ସହଯୋଗ କ୍ରମେ ଏହି ଯୋଜନାଟିକୁ ସଫଳ କରିବା ଦିଗରେ ସହଯୋଗ ରହିବ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here