ରମ୍ଭା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀରେ ସୁଧୀର ପଟ୍ଟନାୟକଙ୍କ ସ୍ମୃତି ସମାରୋହ

0
230

ବେଗୁନିଆ ପଡା:ଗଞ୍ଜାମ ଜିଲ୍ଲା ରମ୍ଭା ଗାୟତ୍ରୀ ଶକ୍ତିପୀଠ ଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଏକ ଦିବସୀୟ କାର୍ଯ୍ୟକ୍ରମ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମ ଅଧିବେଶନ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ସମାହୀତ ହେବା ବେଳେ ଏହି ସମାରୋହକୁ ସୁବାଷ ଚନ୍ଦ୍ର ପଣ୍ଡା, ପୁର୍ଣ୍ଣଚନ୍ଦ୍ର ରଥ, ପ୍ରସନ୍ନ ମିଶ୍ର, ରଙ୍କନାଥ ସେଠୀ ଅତିଥେୟତା ପ୍ରଦାନ କରିଥିବା ବେଳେ କବି ପ୍ରଶାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ । କବିତା ଗୁଡିକର ସଂଯୋଜନା କରିଥିଲେ କବି ପ୍ରମୋଦ କୁମାର ପଣ୍ଡା ।
ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର କେନ୍ଦ୍ରୀୟ ସଭାପତି ପ୍ରଶାନ୍ତ ମିଶ୍ର ଅଧ୍ୟକ୍ଷତା କଲା ବେଳେ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ସଂଯୋଜନାରେ ଆରମ୍ଭ ହୋଇଥିଲା ଦ୍ୱିତୀୟ ଅଧିବେଶନ । ଏହି ସମ୍ମିଳନୀର ପ୍ରମୁଖ ନିର୍ବାହୀ ସଦସ୍ୟ ତଥା ରମ୍ଭା ନଗରୀର ବହୁମୁଖି ପ୍ରତିଭାର ଅଧିକାରୀ ଦିବଂଗତ ସୁଧୀର ପଟ୍ଟନାୟକଙ୍କ ସ୍ମୃତି ସମାରୋହ ପର୍ବ ଆରମ୍ଭ ହୋଇଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀର ଗଞ୍ଜମ ଜିଲ୍ଲା ସଦସ୍ୟ ଡଃ ସିଦ୍ଧାର୍ଥ ଶଙ୍କର ପାଢି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମିଳନୀ କାର୍ଯ୍ୟକାରୀ ସଭାପତି ପ୍ରଫେସର ଡଃ ବିଦ୍ୟୁତପ୍ରଭା ସାହୁ ମୁଖ୍ୟ ବକ୍ତା ଭାବେ ଭୂମିକା ନିର୍ବାହ କରିଥିଲେ । ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ସବୁଦ୍ଧି, କବି ଗୌର ସଡଙ୍ଗୀ, ବିଶିଷ୍ଠ ସାମ୍ୟବାଦୀ ବୁଦ୍ଧିଜୀବୀ ଭାଲଚନ୍ଦ୍ର ଷଡଙ୍ଗୀ ନିମନ୍ତ୍ରିତ ଅତିଥି ଭାବେ ମଞ୍ଚାସୀନ ଥିବା ବେଳେ ଅଧ୍ୟାପକ ଡଃ ହୃଷିକେଶ ପଣ୍ଡା ସମ୍ମାନିତ ବକ୍ତା ଭାବେ ଆପଣାର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଦିବ୍ୟଗଂତ ସୁଧୀର ପଟ୍ଟନାୟକଙ୍କ ପତ୍ନୀ ଶ୍ରୀମତୀ ସାରଦା ପଟ୍ଟନାୟକଙ୍କୁ ଅନ୍ୟତମ ମୁଖ୍ୟ ଅତିଥି ଭାବେ ମଞ୍ଚକୁ ନିମନ୍ତ୍ରଣ କରାଯାଇ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରମ୍ଭା ଅଞ୍ଚଳର ଖ୍ୟାତନାମା ବୁଦ୍ଧିଜ ୀବୀ ତଥା ବରିଷ୍ଠ ସମାଜସେବୀ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା ଏବଂ ଧର୍ମ ଓ ସଂସ୍କୃତିର ଗଣଜାଗରଣରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଶିକ୍ଷାବିତ ଗୋକୁଳ ଚନ୍ଦ୍ର ନାହାକଙ୍କ ସହିତ ଦକ୍ଷିଣ ଓଡ଼ିଶାର ମୁନିଗୁଡା ଠାରେ ଶିକ୍ଷା, ସଂସ୍କୃତି ଓ ସାମଜିକ ସଚେତନ ନିମନ୍ତେ କାର୍ଯ୍ୟକ୍ରମ ସମ୍ପାଦନା କରୁଥିବା ଡାକ୍ତର ଗୌରାଙ୍ଗ ଚରଣ ରାଉତଙ୍କୁ ପ୍ରଥମ ସୁଧୀର ପଟ୍ଟନାୟକ ସ୍ମୃତି ସମାରୋହରେ ସମ୍ମାନିତ କରାଯାଇଥିଲା । ଏହି ଅବସରରରେ ସୁଧୀର ପଟ୍ଟନାୟକଙ୍କ ଲିଖିତ ଦୁଇଟି ପୁସ୍ତକ ସୁଧୀରଙ୍କ କାବ୍ୟବିଭା ଓ କବିତାଞ୍ଜଳିକୁ ମଞ୍ଚାସୀନ ଅତିଥିମାନେ ଲୋକାର୍ପଣ କରିଥିଲେ ।
ପ୍ରାରମ୍ଭରେ ଶ୍ରୀ ଚରଣ ଜେନା ବେଦପାଠ କରିଥିବା ବେଳେ ଉତ୍କଳ ସଂଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ବାରିକ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଡଃ ବିଜୟାନନ୍ଦ ମହାପାତ୍ର ସୁଧୀର ପଟ୍ଟନାୟକଙ୍କ ଉପରେ ଏକ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । କୁନ୍ଦଳା ବେହେରା, ପ୍ରହଲ୍ଲାଦ ବେହେରା, ନିଳକଣ୍ଠ ଦାଶ, ଭୀକାରୀ ବେହେରା, ବନ୍ଦନା ମହାପାତ୍ର, ଅଶୋକ ତ୍ରିପାଠୀ, ପ୍ରସାଦ ରାଓ ପୃଷ୍ଟି, ପ୍ରଜ୍ଞା ପ୍ରସାଦ ତଥାଗତ, ସରୋଜବାଳା ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ପୁର୍ଣ୍ଣ ବେହେରା, ପ୍ରଭାତ ମିଶ୍ର, ମହେଶ୍ୱର ବରାଡଙ୍କ ସମେତ ସୁଧୀର ପଟ୍ଟନାୟକଙ୍କ ସମସ୍ତ ପରିବାର ବର୍ଗ ଏଥିରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସ୍ମୃତି ସମାରୋହର ପ୍ରମୁଖ କାର୍ଯ୍ୟ ନିର୍ବାହୀ ପରିଚାଳନା ସଦସ୍ୟ ଶ୍ରୀ ପଞ୍ଚାନନ ଘଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here