ଦିଗପହଣ୍ଡିରେ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଦିପ୍ତୀ ରଞ୍ଜନ ବେହେରା

0
290

ବ୍ରହ୍ମପୁର()ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନାରେ ନୂତନ ଥାନା ଅଧିକାରୀ ଭାବେ ଦିପ୍ତୀ ରଞ୍ଜନ ବେହେରା ନିଜର ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ରମ୍ଭା ଥାନା ଅଧିକାରୀ ଭାବେ ଅବସ୍ଥାପିତ ଥିଲେ । ଆଜି ଦିଗପହଣ୍ଡି ଥାନା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଦିପ୍ତୀ ରଞ୍ଜନ ବେହେରା । ତେବେ ନୂତନ ଅଧିକାରୀ ଶ୍ରୀ ବେହେରା ଥାନା ପରିସରରେ ଯୋଗଦେବା ପରେ ପ୍ରଥମେ ଦିଗପହଣ୍ଡି ପୋଲିସ ଥାନା ପକ୍ଷରୁ ସମସ୍ତ କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଦେଇ ଶ୍ରୀ ବେହେରାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଦାୟିତ୍ୱ ଗ୍ରହଣ ପରେ ଅପରାଧିକ କାର୍ଯ୍ୟକଳାପ ତଥା ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଲୋକମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ସହ ଦିଗପହଣ୍ଡି ଥାନାକୁ ଏକ ଆଦର୍ଶ ଥାନାରେ ପରିଣତ ପାଇଁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ବେହେରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here