ଆସନ୍ତାକାଲି ଠାରୁ ମେ ୨୬ ପର୍ଯ୍ୟନ୍ତ ଆୟୋଜିତ ହେବ ବ୍ରହ୍ମପୁର ମହାନଗର ମହୋତ୍ସବ

0
255

ବ୍ରହ୍ମପୁର :ଆସନ୍ତାକାଲି ଠାରୁ ମେ ୨୬ ପର୍ଯ୍ୟନ୍ତ ଆୟୋଜିତ ହେବ ବ୍ରହ୍ମପୁର ମହାନଗର ମହୋତ୍ସବ ।ରବିବାର ଏ ନେଇ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ଖେଳପଡିଆ ପରିସରରେ “ମହାନଗର ମହୋତ୍ସବ କମିଟି” ପକ୍ଷରୁ ସୂଚନା ଦିଆଯାଇଛି।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର ଆଭାହକ ଇଂ. ଉମା ଶଙ୍କର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ କରିଥିବା ବେଳେ ସଭାପତି ନାରାୟଣ ମହାଙ୍କୁଡ, ସମ୍ପାଦକ ଗୋପାଳ ପଟ୍ଟନାୟକ, ଉପସଭାପତି ନାଗେଶ୍ଵର ପୃଷ୍ଟି, ମିହିର ତ୍ରିପାଠୀ ସହ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ ମଞ୍ଚାସୀନ ଥିଲେ। ଚଳିତ ବର୍ଷ ଆସନ୍ତା ମଇ ମାସ 16 ତାରିଖରୁ ମଇ ମାସ 26 ତାରିଖ ପର୍ଯ୍ୟନ୍ତ 10 ଦିନ ବ୍ୟାପୀ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ପଡିଆରେ ଏହି ମହାନଗର ମହୋତ୍ସବ ଆୟୋଜନ ହେବା ପାଇଁ ସ୍ଥିର କରାଯାଇଛି। ଏହି ମହୋତ୍ସବ ପ୍ରଗତିବାଦୀ ଚିନ୍ତାଧାରାକୁ ପୃଷ୍ଟ କରୁଥିବା ଏକ ନିଆରା ସ୍ଵାଦର, ଅନୁପମ ମଞ୍ଚ ଯେଉଁଠି ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ପାରମ୍ପରିକ ଲୋକକଳା ନୈପୁଣ୍ୟକୁ ଉଦ୍ଧାର କରି ସର୍ବ ସମୁଖରେ ପ୍ରଦର୍ଶନ କରାଇ ଏହାକୁ ଆୟୁଷ୍ମାନ କରିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରାଯିବ। ଏତଦବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳର କଳା, ସଂସ୍କୃତି, ଆାଦିବାସୀ ଲୋକକଳାକୁ ମଧ୍ଯ ପ୍ରଦର୍ଶିତ କରାଯିବ। ଏହି ମହୋତ୍ସବରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ପଦାଧିକାରୀ, ସାମାଜିକ କର୍ମୀ, ସମ୍ବାଦିକ, କବି କଳାକାର, ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ ଙ୍କ ଉପସ୍ଥିତିରେ ପ୍ରତେକଦିନ ଆଲୋଚନା ଚକ୍ର ଆୟୋଜନ କରାଯିବ। ଏଥିସହ ପ୍ରତିଦିନ ମଞ୍ଚରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସ୍ଥାନୀୟ ପ୍ରତିଭା ମାନଙ୍କ ନାଚ,ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶିତ କରିବାର କାର୍ଯ୍ୟକ୍ରମ ରହିଛି।ଗଂଜାମ ଜିଲ୍ଲାର କବି କବୟିତ୍ରୀ ଲେଖକ ଲେଖିକା ଗାଳ୍ପିକ ଗାଳ୍ପିକା ସ୍ତମ୍ଭକାର ଭାଷାବିତ, ରାଜନେତା, ସାମ୍ବାଦିକ ପାଠକ ପାଠିକା ବୁଦ୍ଧିଜୀବୀ ମାନଙ୍କୁ ନେଇ ସାହିତ୍ୟ ,କବିତା ଆସର କାର୍ଯ୍ୟକ୍ରମ ରହିଛି। ମହୋତ୍ସବର ଅନ୍ୟତମ ଆକର୍ଷଣ ହେଉଛି, ବିଭିନ୍ନ ବିଭାଗ ତଥା ବ୍ୟବସାୟିକ ପ୍ରତିଷ୍ଠାନ ତରଫରୁ 100 ରୁ ଉର୍ଦ୍ଧ୍ବ ଷ୍ଟଲ୍ କରାଯିବ ।ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରର ହସ୍ତତନ୍ତ, କୁଟୀର ଶିଳ୍ପ ସମାଗ୍ରୀ ପ୍ରଦର୍ଶନ ଓ ବିକ୍ରୟର ବ୍ଯବସ୍ଥା ସହ ଗୃହିଣୀ ମାନଙ୍କ ବହୁ ଉପଯୋଗୀ ତଥା ବ୍ୟବହାରଯୋଗୀ ଘରୋଇ ସମାଗ୍ରୀ ଏହି ଷ୍ଟଲ୍ ମାନଙ୍କରେ ପ୍ରଦର୍ଶିତ ହେବାର ଆୟୋଜନ କରାଯାଇଛି। ଏହି ମହୋତ୍ସବର ସୁପରିଚାଳନା ସକାଶେ ଜିଲ୍ଲା ପ୍ରଶାସନ, ଆରକ୍ଷୀ ବିଭାଗ, ଦମକଳ ବାହିନୀ, ବିଦ୍ୟୁତ୍ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ତଥା ବ୍ରହ୍ମପୁର ମହାନଗର ନିଗମର ସାହାର୍ଯ୍ୟ ସହଯୋଗ ଲୋଡାଯାଇଛି।ସମ୍ମିଳନୀରେ ମହାନଗର ମହୋତ୍ସବର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଦୀପ ସାହୁ ଓ ଅମର କୁମାର ଦାସ,ସମୀର କୁମାର ଆଚାର୍ଯ୍ୟ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here