ବିଶିଷ୍ଟ ହେତୁବାଦୀ ଇଂ ରାଜା ସୁରେଶଙ୍କ ସ୍ମରଣ ସଭା

0
240

ବ୍ରହ୍ମପୁର: ରାଜ୍ୟର ଜଣେ ବିଶିଷ୍ଟ ହେତୁବାଦୀ ତଥା ମାନବବାଦୀ ହେତୁବାଦୀ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଥିବା ଇଂ ରାଜା ସୁରେଶଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ ଅବସରରେ ଆଜି ସ୍ଥାନୀୟ ସଂକଳ୍ପ ସ୍କୁଲ ପରିସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ମାନବବାଦୀ ହେତୁବାଦୀ ସଂଗଠନ ପକ୍ଷରୁ ଆୟୋଜିତ ଏହି ସଭାରେ ସଂଗଠନର ସଭାପତି ଇ. ତେଜେଶ୍ଵର ରାଓ ଅଧ୍ୟକ୍ଷତା କରିଥିଲେ । ରାଜା ସୁରେଶଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ସଭାରେ ରାଜା ସୁରେଶଙ୍କ ବିଦେଶରେ ପଢୁଥିବା ସମୟର ସହପାଠୀମାନଙ୍କ ପକ୍ଷରୁ ଏମ୍ ସୁଧୀର, ଡାଃ ନୀଳିମା ନିଜ ନିଜର ବକ୍ତବ୍ୟ ରଖି ରାଜା ସୁରେଶ କିପରି ଆରମ୍ଭରୁ ଜଣେ ପରୋପକାରୀ ଓ ମାନବବାଦୀ ଥିଲେ, ତାର ଅବତାରଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ବିଜୟ ବହିଦାର, ପ୍ରଫେସର ଧନେଶ୍ୱର ସାହୁ, ଆଡଭୋକେଟ ସୁଧାଂଶୁ ଶେଖର ପଣ୍ଡା, ବାମପନ୍ଥୀ ନେତା ବିଜୟ ଉପାଧ୍ୟାୟ, ସମାଜସେବୀ ଅବନୀ କୁମାର ଗୟା, ଲେଖିକା ଡଃ ବିଧୂପ୍ରଭା ରଥ, ଅଧ୍ୟାପିକା ଅନୀତା ପାଣି, ସୁଶାନ୍ତ କୁମାର ମେକାପ୍, ସୁଧୀର ରାଉତ, ଶ୍ୟାମସୁନ୍ଦର ଖାଡଙ୍ଗା, ବୃନ୍ଦାବନ ଖଟେଇ, ସାମାଜିକ କର୍ମୀ ନରେନ୍ଦ୍ର ମହାନ୍ତି, ମହମ୍ମଦ ଶୁକୃ, ଅଧ୍ୟାପକ ବିକ୍ରମ ନାୟକ, ରମେଶ ଚନ୍ଦ୍ର ସାହୁ, ନିରଞ୍ଜନ ମହାନ୍ତି, ସୋମନାଥ ବେହେରା, କୈଳାସ ଷଡ଼ଙ୍ଗୀ, ପ୍ରତାପ ଚନ୍ଦ୍ର ପ୍ରଧାନ, ସୁନେଜ ପାଣିଗ୍ରାହୀ, ଗୋପାଳ କୃଷ୍ଣ ମହାନ୍ତି, ଡି ମୋହନ ରାଓ ପ୍ରମୁଖ ଦେଇଥିଲେ । ସେମାନେ ନିଜ ନିଜର ବକ୍ତବ୍ୟ ରଖି ତାଙ୍କୁ ଜଣେ ନିଷ୍ଠାପର ହେତୁବାଦୀ ଭାବେ ସମାଜରୁ କୁସଂସ୍କାର, ଅନ୍ଧବିଶ୍ୱାସ ସମେତ ଜାତିବାଦୀ ଓ ପୁରୁଷବାଦୀ ବ୍ୟବସ୍ଥାର ପରିବର୍ତ୍ତନ ଆଣିବାକୁ ଲଗାତାର ସଂଗ୍ରାମ କରୁଥିଲେ ବୋଲି କହିଥିଲେ । ସ୍ଵେଚ୍ଛାକୃତ ରକ୍ତଦାନ ଆନ୍ଦୋଳନର ଲକ୍ଷ୍ମୀ ପ୍ରସାଦ ପାତ୍ର, ଜାମୁଲା ସୁରେଶ ପ୍ରମୁଖ ରକ୍ତଦାନ ଓ ଶରୀର ଦାନ ଅଭିଯାନରେ ଆଗୁଆ ଭୂମିକା ଗ୍ରହଣ କରି ରାଜା ସୁରେଶ କିପରି ଜୀବନ ଥିବା ଯାଏଁ ରକ୍ତଦାନ ଓ ମୃତ୍ୟୁ ପରେ ଶରୀରଦାନର ସ୍ଳୋଗାନ୍ ଦେବା ସହ ଜୀବନ କାଳରେ ମୋଟ ୧୮୬ ଥର ରକ୍ତଦାନ କରିଥିଲେ, ତାର ଅବତରଣା କରିଥିଲେ । ବକ୍ତାମାନେ ରାଜା ସୁରେଶଙ୍କୁ ଗରିବ ଓ ନିଷ୍ପେସିତମାନଙ୍କ ସଚ୍ଚା ସାଥି ବୋଲି ଅଭିହିତ କରିବା ସହ ସେ ସମାଜର କୃଷକ, ଶ୍ରମିକ, କର୍ମଚାରୀ ଓ ଛାତ୍ର ଛାତ୍ରୀମାନଙ୍କ ଗଣତାନ୍ତ୍ରିକ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ ବୋଲି କହିଥିଲେ ।
ଶେଷରେ ହେତୁବାଦୀ କିଶୋର ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here