ବଜ୍ରପାତରେ ବୃଦ୍ଧଙ୍କ ମୃତ୍ୟୁ

0
346

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଭଞ୍ଜନଗର ତାରସିଂ ଥାନା ଅଧିନ ଗାଲେରି ଫାଣ୍ଡି ଅନ୍ତର୍ଗତ ବିଦାଙ୍ଗୀ ଗ୍ରାମର ଶରତ ନାୟକ ( ୬୧) ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ମୁତାବକ ଆଜି ଖରାବେଳେ ଛେଳିପଲ ଚରାଇବା ନିମନ୍ତେ ଶରତ ଗ୍ରାମ ନିକଟସ୍ଥ ଜଙ୍ଗଲ ପାଖକୁ ଯାଇଥିଲେ। ହେଲେ ଅପରାହ୍ନ ୪ଟା ସମୟରେ ଭୀଷଣ ମେଘ ପବନ ସାଙ୍ଗକୁ ବଜ୍ରପାତ ହେବାରୁ ସେ ଘରକୁ ଫେରିନଥିଲେ। ଫଳରେ ପୁଅ ନଣ୍ଡା ନାୟକ ଖୋଜା ଖୋଜି କରିବା ପରେ ଗ୍ରାମ ନିକଟରେ ଏକ ଗଛ ମୂଳେ ତାଙ୍କ ବାପା ପଡିଥିବାର ଦେଖିଥିଲେ। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ମେଡିକାଲ କୁ ପଠାଇଛି

LEAVE A REPLY

Please enter your comment!
Please enter your name here