ପୋଲସରାରେ ଇସ୍କନ ପ୍ରଭୁପାଦ ସଂକୀର୍ତ୍ତନ ରଥ ପରିଭ୍ରମଣ

0
222

ପୋଲସରା : ଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମର ପ୍ରଚାର ପ୍ରସାର କୁ ନେଇ ଅନ୍ତଃରାଷ୍ଟୀୟ ଇସ୍କନ କୃଷ୍ଣ ଭାବନାମୃତ ପକ୍ଷରୁ ପ୍ରଭୁପାଦ ସଂକୀର୍ତ୍ତନ ରଥ ଗୁରୁବାର ପୋଲସରା ସହରର ମୁଖ୍ୟ ସଡ଼କରେ ପରିଭ୍ରମଣ କରିଥିବା ଦେଖିବାକୁ ମିଳିଛି । ଶତାଧିକ ଶ୍ରଦ୍ଧାଳୁ ଇସ୍କନ ରଥ ନିକଟରେ ପହଞ୍ଚି ଜଗନ୍ନାଥ ସଂସ୍କୃତିର ପରମ୍ପରାକୁ ସମ୍ମାନ ଜଣାଇ ସଂକୀର୍ତ୍ତନ ମାଧ୍ୟମରେ ହରିନାମର ଗୁଣଗାନ କରିଥିଲେ । ବାସ୍ତବ ଜୀବନରେ ମନୁଷ୍ୟ ନିଜର କାମ ବାସନା ଓ ଅହଂକାର ରେ ବଶୀଭୂତ ହୋଇ ବିପଥଗାମୀ ହୋଇ ଚାଲିଛି । ଏଭଳି ପରିସ୍ଥିତିର ନିୟନ୍ତ୍ରଣ ଓ ଜଗତର କଲ୍ୟାଣ ନିମନ୍ତେ ଅନ୍ତଃରାଷ୍ଟୀୟ କୃଷ୍ଣ ଭାବନାମୃତ ସଂଘର ସମସ୍ତ ସଦସ୍ୟ ପଶ୍ଚିମବଙ୍ଗର ନଦୀୟା ନବଦ୍ବୀପ ଶ୍ରୀଧାମ ମାୟାପୁରୀ ଅନ୍ତର୍ଗତ ଇସ୍କନ ମନ୍ଦିରରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ଉଡାଯାପିତ ହେବ । ଗୁରୁବାର ଦିନ ପୋଲସରା ସହରରେ ଇସ୍କନ ସଂସ୍ଥାର ପ୍ରଭୁପାଦ ସଂକୀର୍ତ୍ତନ ରଥ ପହଞ୍ଚିଥିଲା । ଶତାଧିକ ଶ୍ରଦ୍ଧାଳୁ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଭଗବତ ଗୀତା ପାଠ କରିବା ସହ ସମୂହ ସନ୍ଧ୍ୟା ଆଳତୀ କରି ହରିନାମ ସଂକୀର୍ତ୍ତନ କରିଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here