ପୂର୍ବପରି ପିଡିଏସ ସାମଗ୍ରୀ ଯୋଗାଇ ଦେବାକୁ ଉପଜିଲ୍ଲାପାଳ ଙ୍କୁ ଫେରାଦ ହେଲେ ଜିଲ୍ଲା ପରିଷଦ ସଭ୍ୟ

0
233

ଭଞ୍ଜନଗର : ବେଲଗୁଣ୍ଠା ବ୍ଲକ ପାଇଲିପଡା ପଞ୍ଚାୟତର ଜାଲଖାଇ ଗ୍ରାମକୁ ପୂର୍ବପରି ପିଡିଏସ ସାମଗ୍ରୀ ଯୋଗାଇ ଦେବାକୁ ଶୁକ୍ରବାର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଗ୍ରାମବାସୀ ଙ୍କ ସହ ଫେରାଦ ହୋଇଛନ୍ତି ବେଲଗୁଣ୍ଠା ବ୍ଲକ ୪୮ନଂ ଜିଲ୍ଲା ପରିଷଦ ସଭ୍ୟ ସୁଧୀର କୁମାର ଜେନା । ଉପାନ୍ତ ଗ୍ରାମ ଓ ନଦୀ ପାର ହୋଇ ଯିବାକୁ ପଡୁଥିବାବରୁ ପୂର୍ବରୁ ସଠିକ ଭାବରେ ପିଡ଼ିଏସ ସାମଗ୍ରୀ ଗ୍ରାମରେ ଦିଆଯାଉଥିଲା। ବର୍ତ୍ତମାନ ନୂତନ ସରପଂଚ ରାଜନୈତିକ ଆକ୍ରୋଶ ରଖି ପିଡ଼ିଏସ ସାମଗ୍ରୀ ନୁଆଁଗଡ଼ ଗ୍ରାମକୁ ଆସି ନେବାକୁ ବାଧ୍ୟ କରୁଥିବା ଅଭିଯୋଗ ସେ ଅଭିଯୋଗ କରିଛନ୍ତି। ଏ ନେଇ ଉପଜିଲ୍ଲାପାଳ ଓ ବେଲଗୁଣ୍ଠା ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here