ଗଞ୍ଜାମ ଜିଲ୍ଲାର ଆରାଧ୍ୟ ମା ତାରାତାରିଣୀ ଦେବୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ

0
235

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଆରାଧ୍ୟ ମା ତାରାତାରିଣୀ ଦେବୀ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଚଳିତ ମାସ ୧୫ ତାରିଖ ଠାରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ବିଧିବିଧାନ ଅନୁସାରେ ଅନୁଷ୍ଠିତ ହେବ । ଏହି ମହୋତ୍ସବରେ ଜିଲ୍ଲାବାସୀଗଣ ଯୋଗଦାନ ପୂର୍ବକ ମା’ଙ୍କର ଆଶୀର୍ବାଦ ଲାଭ କରିବା ନିମନ୍ତେ ସମସ୍ତ ଜିଲ୍ଲାବାସୀଙ୍କୁ ମା ତାରାତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଉଅଛି ।
ଆଦିଶକ୍ତି ମା ତାରାତାରିଣୀ ଯୁଗ୍ମ ରୂପିଣୀ ଅଯୁଗ୍ମ ରୂପରେ ସେ ସଙ୍କଟ ତାରିଣୀ, ଯାହାଙ୍କ ଚରିତ୍ର ଅଦ୍ୟାବଧି ରହସ୍ୟମୟ । ବିମଳା, ପାଦଖଣ୍ଡଞ୍ଚ, ସ୍ତନଖଣ୍ଡଞ୍ଚ, ତାରାତାରିଣୀ,କାମାକ୍ଷା,ୟୋନୀଖଣ୍ଡଞ୍ଚ, ମୁଖଖଣ୍ଡଞ୍ଚ କାଳିକାଃ । ଏହି ପୂରାଣ ଚରିତ ଠାକୁରାଣୀ ଦକ୍ଷ ଯଜ୍ଞ ବିନାସିନୀ ଶକ୍ତି ଶରୀରର ଅଙ୍ଗ ବିଶେଷ, ଯାହାକି ରତ୍ନଗିରି ଭାଷାନ୍ତରେ ପୂଜା ପାଇ ଆସୁଛନ୍ତି । ଦୁର୍ଗମ ପାହାଡ, ଘନ ଜଙ୍ଗଲଭରା ପର୍ବତ ଦେହରେ ପୂଜା ପାଇ ଆସୁଥିବା ଭଗବତୀ ଯଦିଓ ଅତୀତରେ ଭକ୍ତଙ୍କ ପାଇଁ ଦୁର୍ଲଭ ଓ ଦୁଶ୍ଚର ଥିଲେ ଆଜି କିନ୍ତୁ ତାହା ଯୁଗର ବିବର୍ତ୍ତନବାଦରେ ପରିବର୍ତ୍ତନ ଘଟିଛି ।
ଓଡିଶା ସରକାରଙ୍କ ପ୍ରଦତ୍ତ ଅନୁଦାନ ରାଶିରେ ମହାର୍ଦ୍ଦ ବଉଳମାଳିଆ ପଥର ଦ୍ବାରା ନବନିର୍ମିତ ପଞ୍ଚାୟତନ ବିଶିଷ୍ଟ ମନ୍ଦିର ମଧ୍ୟରେ ପୂଜାପାଇ ଆସୁଛନ୍ତି, ଯିଏକି ଭକ୍ତଙ୍କ ଅତି ନିକଟତର ହୋଇ ଅଛନ୍ତି । ସେହି ନବନିର୍ମିତ ଜୀର୍ଣ୍ଣୋଦ୍ଧାର ଦେବୀ ପ୍ରାସାଦର ପ୍ରତିଷ୍ଠା ମହୋତ୍ସବ ଆଗାମୀ ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀ ତିଥି ତା. ୧୫.୦୫.୨୦୨୨ରିଖ (ରବିବାର) ଠାରୁ ତା. ୨୦.୦୫.୨୦୨୨ ରିଖ (ଶୁକ୍ରବାର) ପର୍ଯ୍ୟନ୍ତ ଚାଲୁ ରହିବ । ଏଣୁ ଆପଣମାନେ ଉକ୍ତ ପ୍ରତିଷ୍ଠା ଯଜ୍ଞୋତ୍ସବରେ ସପରିବାର ଯୋଗଦାନ କରି ମା’ଙ୍କର ଆଶିଷ ଲାଭ କରିବା ନିମନ୍ତେ ଅନୁରୋଧ ।

LEAVE A REPLY

Please enter your comment!
Please enter your name here