ମହାନଗର ମହୋତ୍ସବର ସପ୍ତମ ସନ୍ଧ୍ୟା

0
257

ବ୍ରହ୍ମପୁର :କଳା , ସଂସ୍କୃତି, ଓ ସାହିତ୍ୟ କୁ ଜାବୁଡି ଧରିବା ସହ ସଭିଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିଛି ମହାନଗର ମହୋତ୍ସବ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାନଗର ମହୋତ୍ସବ ତାର ମଞ୍ଚ ରେ ଅନେକ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସୁଯୋଗ ଦେଇଛି। ଚଳିତ ବର୍ଷ ବ୍ରହ୍ମପୁର ଠାରେ ଆୟୋଜିତ ହୋଇଛି ୧୦ମ ମହାନଗର ମହୋତ୍ସବ। ଗଞ୍ଜାମ ମାଟି ବିଶେଷ କରି ବ୍ରହ୍ମପୁର ସହରର ମାଟିର ମହୋତ୍ସବ ଭାବେ ବେଶ ପରିଚିତ ଏହି ମହୋତ୍ସବ ଆଜି ସପ୍ତମ ଦିବସରେ ପହଂଚିଛି। ମହୋତ୍ସବ ର ସପ୍ତମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ଦକ୍ଷିଣ ଓଡ଼ିଶାର କଳା ଓ ସଂସ୍କୃତିକୁ ବଞ୍ଚାଇ ଉଜ୍ଜୀବିତ କରିବା ସହ ସ୍ଥାନୀୟ କଳାକାର ଙ୍କ ପ୍ରତିଭାକୁ ଲୋକ ଲୋଚନ କୁ ଆଣିବାକୁ ହେଲେ ଏଭଳି ମହୋତ୍ସବ ର ଆବଶ୍ୟକତା ରହିଥିବା ମତ ପ୍ରକାଶ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା , ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ , ପୂର୍ବତନ ବିଡିଏ ଅଧକ୍ଷ ସୁବାସ ମହାରଣା , ବିକାଶ ଫାଉଣ୍ଡେସନ ଅଧକ୍ଷ ବିଜୟ କୁମାର ସ୍ୱାଇଁ , ବରିଷ୍ଠ ସାମ୍ବାଦିକ ଜ୍ୟୋତି ରଞ୍ଜନ ଦାଶ , ସୁଜିତ ବିଷୋୟୀ, ପ୍ରଦୀପ ପାଢ଼ୀ, କିରଣ ମିଶ୍ର ପ୍ରମୁଖ ଯୋଗ ଦେଇ ବ୍ରହ୍ମପୁର ମାଟିରେ ଲଗାତାର ପ୍ରତିବର୍ଷ ଏଭଳି ମୋହତ୍ସଵ ଆୟୋଜିତ ହୋଇ ଆସୁଥିବାରୁ ଆୟୋଜକ କମିଟି କୁ ସାଧୁବାଦ ଜଣାଇଥିଲେ।

ମହୋତ୍ସବ କମିଟି ସଭାପତି ନାରାୟଣ ମହାଙ୍କୁଡ଼ଙ୍କ ସଭାପତିତ୍ୱ ଓ ସମ୍ପାଦକ ଗୋପାଳ ପଟ୍ଟନାୟକ ଙ୍କ ତତ୍ୱବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସନ୍ଧ୍ୟାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ମଞ୍ଚାସିନ ଥିଲେ।

ମହାନଗର ମହୋତ୍ସବର ମଞ୍ଚରେ କେବଳ କଳା ସଂସ୍କୃତି ନୁହେଁ ବରଂ କବି ଏବଂ କବୟିତ୍ରୀ ମାନେ ମଧ୍ୟ କବିତା ପାଠ କରୁଛନ୍ତି। ଆଜି ମହୋତ୍ସବ ର ସପ୍ତମ ଦିନରେ ଗଞ୍ଜାମ ଜିଲ୍ଲା ଚିକିଟି ବାହୁଦା ସାହିତ୍ୟ ସାଂସଦ ତରଫରୁ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଯୋଗ ଦେଇ କବିତା ଉତ୍ସଵ କୁ ଉଦ୍ଘାଟନ କରିଥିଲେ। ଏହି କବିତା ପାଠ ଉତ୍ସଵକୁ ସମ୍ପାଦିକା ତଥା ବିଶିଷ୍ଟ ସାହିତ୍ୟିକା ସହିଁତା ମହାନ୍ତି ପରିଚାଳନା କରିଥିଲେ। ଏହି ଅବସରରେ ବହୁ କବି ଓ କବୟିତ୍ରୀ ସାମିଲ ହୋଇ କବିତା ଗାନ କରିଥିଲେ। ସେହିଭଳି କବିତା ଉତ୍ସଵ ର ମୁଖ୍ୟ ଅତିଥି ଭାବେ ଭାଷା ଗବେଷକ ତଥା ସିଟି କଲେଜର ପ୍ରାକ୍ତନ ଅଧକ୍ଷ ଲମ୍ବୋ
ଧର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରୋଜ ମୋହନ ପାଳ, କବି ସୁଶାନ୍ତ ଦାସ, ପୋଟାମୁ ରାମରାଓ ସୁବୁଦ୍ଧି , ସୁନନ୍ଦା ଚୌଧୁରୀ, ଶ୍ରୀମାନ ରାଇରଞ୍ଜନ , ଦୁର୍ଗା ମାଧବ ମହାରଣା , ନିଗମାନନ୍ଦ ପଣ୍ଡା , ସୁଶାନ୍ତ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ଥିଲେ। ଏହି ଅବସରରେ କବିତା ପରିବେଷଣ କରିଥିବା କବି, କବୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନ୍ୟପଟେ ମହାନଗର ମହୋତ୍ସବ ର ସାଂସ୍କୃତିକ ସନ୍ଧ୍ୟାରେ ବ୍ରହ୍ମପୁର ରକଷ୍ଟାର ଡ୍ୟାନ୍ସ ଏକାଡେମୀ ଓ ଡ୍ୟାନ୍ସ ଆଟାକ୍ ର କଳାକାର ମାନେ ପରିବେଷଣ କରିଥିଲେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ଯାହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ଏବଂ ବିଶେଷ କରି ରବିବାର ଯୋଗୁଁ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାର ଆଖପାଖରୁ ବେଶ ଜନସାଧାରଣଙ୍କ ସମାଗମ ହୋଇଥିଲା।

ସକାଳ ଖବର କାଗଜର ଦକ୍ଷିଣ ଓଡିଶା ମୁଖ୍ୟ ଜଗନ ମହୋନ ମହାପାତ୍ର ଙ୍କ ପ୍ରଚେଷ୍ଟାରୁ ପ୍ରତିଦିନ ଭଳି ଆଜି ବି ସକାଳ ପ୍ରତିଭା ସମ୍ମାନରେ ରକଷ୍ଟାର ଡ୍ୟାନ୍ସ ଏକାଡେମୀ , ଡ୍ୟାନ୍ସ ଆଟାକ୍ କୁ ପୁରସ୍କୃତ କରାଯାଇଥିଲା।

ସପ୍ତମ ସନ୍ଧ୍ୟାରେ ମହୋତ୍ସବ କମିଟିର ସହ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ , ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଦୀପ ସାହୁ , ସ୍ୱାଧୀନ ପାତ୍ର , ଅଭିରାମ ପାତ୍ର, ଅନନ୍ତ ପ୍ରଧାନ, ଶଙ୍କର ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଅନ୍ୟପଟେ ମହାନଗର ମହୋତ୍ସବ ର ଆକର୍ଷଣ ପାଲଟିଛି ରାଜ୍ୟ ତଥା ରାଜ୍ୟ ବାହାରର ୧୦୦ ରୁ ଉର୍ଦ୍ଧ ଷ୍ଟଲ। ଯେଉଁଥିଲେ ଘୋରଇ ସାମଗ୍ରୀ ସମେତ ବିଭିନ୍ନ ରକମର ଖାଦ୍ୟ ପଦାର୍ଥ ଓ ଘର ସଜଣା ଉପକରଣ ବିକ୍ରିବଟା ହେଉଛି। ଯାହା ମହୋତ୍ସବ ସନ୍ଧ୍ୟା କୁ ଆହୁରି ଆକର୍ଷଣୀୟ କରୁଛି।

LEAVE A REPLY

Please enter your comment!
Please enter your name here