ବ୍ଲକ ନିର୍ବାଚନ ଅଧିକାରୀଙ୍କ ଦ୍ୱରା ଆଚରଣ ବିଧି ବିଷୟରେ ବୈଠକ

0
237

ବୁଗୁଡା : ବୁଗୁଡା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ତନ୍ମୟ ପାତ୍ର ମହୋଦୟ ଫେବୃଆରୀ ୦୧ ତାରିଖ ଦିନ ନିର୍ବାଚନ ଆଚରଣ ବିଧି ବିଷୟ ନେଇ ଏକ ବୈଠକର ଆୟୋଜନ କରିଥିଲେ। ଏହି ବୈଠକରେ ଆସନ୍ତା ଫେବୃଆରୀ ୧୮ ତାରିଖରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ସମିତି ମେମ୍ବର ଓ ସରପଞ୍ଚ ପ୍ରାର୍ଥୀ ବୃନ୍ଦ ଯୋଗ ଦେଇଥିଲେ। ବ୍ଲକ ନିର୍ବାଚନ ଅଧିକାରୀ ଶ୍ରୀ ପାତ୍ର ସମସ୍ତ ପ୍ରାର୍ଥୀଙ୍କୁ ସେମାନଙ୍କ ନିର୍ବାଚନ ଖର୍ଚ୍ଚ ଓ ଆଚରଣ ବିଧି ସମ୍ପର୍କରେ ବୁଝାଇବା ସହ ନିର୍ବାଚନ ସମ୍ପର୍କୀୟ ପୁସ୍ତିକା ପ୍ରଦାନ କରିଥିଲେ। ଆଜି ମଧ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ମହୋଦୟଙ୍କ ପକ୍ଷରୁ ପ୍ରତି ବ୍ଲକର ଅଧିକାରୀ ବୃନ୍ଦଙ୍କୁ ମାଷ୍ଟର ତାଲିମଦାତା ଭାବେ ତାଲିମ ପ୍ରଦାନ କରିଥିଲେ। ବୁଗୁଡା ବ୍ଲକ ପାଇଁ ବୁଗୁଡା ବିଡ଼ିଓ ଶ୍ରୀ ପାତ୍ର ଓ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ମାଷ୍ଟର ଟ୍ରେନର ଭାବେ ତାଲିମ ଗ୍ରହଣ କରିଛନ୍ତି। ଏହି ଦୁଇ ଅଧିକାରୀ ଆସନ୍ତା ଫେବୃଆରୀ ୭ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ତାଲିମ ଶିବିରରେ ପ୍ରିଜାଇଡିଂ ଓ ଫାଷ୍ଟ ପୋଲିଙ୍ଗ ଅଫିସର ମାନଙ୍କୁ ତାଲିମ ପ୍ରଦାନ କରିବେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here