ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ବିପଦର ବନ୍ଧୁ ‘ପକ୍ଷରୁ ପାଠ୍ୟପୁସ୍ତକ ଉପକରଣ ପ୍ରଦାନ

0
250

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାନ ଉସ୍ତାପଡ଼ା ଏବଂ କାଳିମେଘି ପଞ୍ଚାୟତର ଲଚ୍ଛିପୁର, ଜାଗିଲିପଦର ଗ୍ରାମର ଦଶମ ଶ୍ରେଣୀ ଛାତ୍ରୀ କ୍ରିଷ୍ଣା, ଇତିଶ୍ରୀ ଏବଂ ନବମ ଶ୍ରେଣୀ ଛାତ୍ରୀ ଖୁସିକୁ ପାଠ୍ୟପୁସ୍ତକ ଉପକରଣ ସମେତ କିଛି ନିତ୍ୟବ୍ୟବହାର୍ଯ୍ୟ ପୋଷାକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ବିପଦର ବନ୍ଧୁ’ ଓଡିଶା ପକ୍ଷରୁ ପ୍ରଦାନ କରାଯାଇଛି । ସୂଚନା ମୁତାବକ ପ୍ରତିଦିନ ବିପଦର ବନ୍ଧୁ ଅନୁଷ୍ଠାନ କିଛି ନା କିଛି ସେବା ମୂଳକ କାର୍ଯ୍ୟ ହାତକୁ ନେଉଛୁ । ଏହି ଅସହାୟ ଛାତ୍ରୀ ମାନଙ୍କୁ ଆଜି
ପାଠ୍ୟପୁସ୍ତକ ଉପକରଣ ସମେତ କିଛି ନିତ୍ୟବ୍ୟବହାର୍ଯ୍ୟ ପୋଷାକ ପ୍ରଦାନ କରାଯାଇଛି । ଏଥିସହିତ ଏହି ଛାତ୍ରୀ ମାନଙ୍କର +୨ ପଢ଼ା ପର୍ଯ୍ୟନ୍ତ ବିପଦବନ୍ଧୁ ଅନୁଷ୍ଠାନ ସହଯୋଗ କରିବ ବୋଲି ଅନୁଷ୍ଠାନର ସଦସ୍ୟମାନେ କହିଛନ୍ତି । ଏଥିରେ ବିପଦରବନ୍ଧୁ ଅନୁଷ୍ଠାନ ର ସଦସ୍ୟ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ, ସଦସ୍ୟ ବନବାସ ପୋଲାଇ, ଗୋପବନ୍ଧୁ ଆଚାରୀ, ବିଶ୍ଵାମିତ୍ର ତ୍ରିପାଠୀ, ଗୌରହରି ପୋଲାଈ, ଯୁବ ସାମ୍ବାଦିକ ଟୁକୁନା ପ୍ରଧାନ, ସନ୍ତୋଷ ସ୍ୱାଇଁ, ଦୁଷ୍ମନ୍ତ ପୋଲାଈ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here