ଜିଲ୍ଲାର ଦିବ୍ୟାଙ୍ଗମାନଙ୍କ ସକାଶେ ‘ଦିବ୍ୟାଙ୍ଗଜନ ସମାଧାନ’ ରେ ଅଭିଯୋଗ ଶୁଣାଣୀ

0
285

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସମସ୍ତ ଦିବ୍ୟାଙ୍ଗ ମାନଙ୍କ ହିତ ନିମନ୍ତେ ଆଜି ଅନୁଷ୍ଠିତ ହୋଇଥିବା ଅଭିଯୋଗ ଶୁଣାଣୀ କକ୍ଷରେ ପ୍ରାଥମିକତା ଭିତ୍ତିରେ ୧୦.୦୦ଘ. ରୁ ୧୧.୦୦ଘ. ପର୍ଯ୍ୟନ୍ତ ସର୍ବ ପ୍ରଥମେ ଦିବ୍ୟାଙ୍ଗ ମାନଙ୍କର ଅଭିଯୋଗ ଶୁଣାଣୀ ହୋଇଥିଲା ଓ ୧୧.୦୦ଘ ପରେ ସର୍ବସାଧାରଣଙ୍କ ଅଭିଯୋଗ ଶୁଣାଣି ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ‘ଦିବ୍ୟାଙ୍ଗଜନ ସମାଧାନ’ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଉଗଡ ସମ୍ମିଳନୀ କକ୍ଷ ଠାରେ ଅଭିଯୋଗ ପାଇଁ ଆସିଥିବା ସମସ୍ତ ଦିବ୍ୟାଙ୍ଗ ମାନଙ୍କର ଅଭିଯୋଗମାନ ଶୁଣିଥିଲେ । ଅଭିଯୋଗ ଶୁଣାଣି କରି ତାର ଆଶୁ ସମାଧାନ କରିବା ନିମନ୍ତେ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଦିବ୍ୟାଙ୍ଗ ମାନଙ୍କ ଜୀବନ ଜୀବିକା ଉପରେ ଅଧିକ ଗୁରୁତ୍ବ ଦେଇଥିଲେ । ସେମାନେ ଯେପରି ସହଜରେ ଭତ୍ତା, ସ୍କଲାରସିପ୍, ବିକଳାଙ୍ଗ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସରକାରୀ ସହାୟତା ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ । ଆଜିର ଦିବ୍ୟାଙ୍ଗଜନ ସମଧାନରେ ଜିଲ୍ଲାର ସମସ୍ତ ଅଞ୍ଚଳରୁ ସମୁଦାୟ ୧୬୮ ଜଣଙ୍କ ଆବେଦନ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ପେନସନ୍ ବାବଦକୁ ୬୮ ଗୋଟି, ସ୍ବାସ୍ଥ୍ୟଗତ ଗୋଟିଏ , ପ୍ରମାଣ ପତ୍ର ବାବଦକୁ ୦୭ ଗୋଟି, ଜୀବନଜୀବିକା ବାବଦକୁ ୦୨ ଗୋଟି, ଡି. ଆର୍. ଆଇ. ଋଣ ବାବଦକୁ ୦୮ ଗୋଟି, ଶିକ୍ଷା ସମ୍ପର୍କିତ ୨ ଗୋଟି, ପିଡିଏସ୍ ବାବଦକୁ ୨୮ ଗୋଟି, ଉପକରଣ ବାବଦକୁ ୪୨ ଗୋଟି, ସରକାରୀ ସହାୟତା ବାବଦକୁ ୨୩ ଗୋଟି, ଅନ୍ୟାନ୍ୟ ସମସ୍ୟା ବାବଦକୁ ୧୨ ଟି ଆବେଦନ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୨୯ ଜଣଙ୍କୁ ଉପକରଣ ବଣ୍ଟନ, ରେଡକ୍ରସ ସୋସାଇଟୀ ତରଫରୁ ଜଣଙ୍କୁ ୨୦୦୦୦ ଟଙ୍କା ଆର୍ଥିକ ସହାୟତା,ଷଷ୍ଠ ଶ୍ରେଣୀର ଜଣଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ମାଗଣା ଲ୍ଯାପଟପ ପ୍ରଦାନ କରାଯାଇଥିଲା, ଜଣଙ୍କୁ ହୁଇଲ ଚେୟାର, ବିଡିଓ ଛତ୍ରପୁର ୦୭ ଜଣଙ୍କୁ ପେନସନ୍ ପ୍ରଦାନ ଏବଂ ୫୧ ଗୋଟି ଆବେଦନର ଫୈସଲା ହୋଇଯାଇଛି ।
ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ,ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା) ର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପ-ଜିଲ୍ଲାପାଳ ନୀଳ ମାଧବ ଭୋଇ, ଜିଲ୍ଲା ସମାଜ ନିରାପତ୍ତା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here