ଭଞ୍ଜନଗର ରେ ଗାନ୍ଧୀ ଜୟନ୍ତୀ ଏବଂ ନାଲସା ର ୨୫ ବର୍ଷ ପୂର୍ତ୍ତି ପାଳିତ

0
225

ଭଞ୍ଜନଗର : ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଅତିଥି ଭାବେ ଭଞ୍ଜନଗର କୋର୍ଟ ଏଡିଜେ ଡ.ଅରୁଣ କୁମାର ସାହୁ,ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଉପଖଣ୍ଡ ଆରକ୍ଷ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଓ ତହସିଲଦାର ଆଲୋକ କୁମାର ପ୍ରଧାନ ଗାନ୍ଧିଜୀଙ୍କ ସ୍ମୃତି ଚାରଣ କରିବା ସହ ଗାନ୍ଧିଜୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସମାଜ କୁ ଉତ୍ତମ ଦିଗଦର୍ଶନ ଦେବା ସେଥି ନିମନ୍ତେ ସମସ୍ତେ ପ୍ରୟାସ କରିବା ଉଚିତ ବୋଲି କହିଛନ୍ତି। ଏହା ଛଡା ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୀବନୀ ଏବଂ ଆଦର୍ଶ ଉପରେ ଆଲୋଚନା କରାଯାଇଥିଲା। ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ବ୍ୟତୀତ ତାଲୁକ ଆଇନ ସେବା କମିଟି ଭଞ୍ଜନଗର ତରଫରୁ ଏଡିଜେ ଙ୍କ ତତ୍ଵାବଧାନରେ ନାଲସା ର ୨୫ ତମ ପୂର୍ତ୍ତି ପାଳନ କରାଯାଇଛି । ଏଥିରେ ଜନ ସାଧାରଣ କିଭଳି ଅଧିକରୁ ଅଧିକ ବିଭିନ୍ନ ଆଇନ ର ଦିଗ ପ୍ରତି ସଚେତନ ହେବା ସହ ଉପକୃତ ହେବେ ଏଡିଜେ ବିସ୍ତୃତ ଭାବେ ଉପସ୍ଥିତ ଶ୍ରୋତା ମଣ୍ଡଳୀଙ୍କୁ ଅବଗତ କରାଇବା ସହ କିଭଳି ଅଧିକ ଲୋକ ଏହି ଆଇନ ପ୍ରତି ସଚେତନ ହେବେ ସେଥିନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଏବଂ ତହସିଲଦାର ଆଲୋକ କୁମାର ପ୍ରଧାନ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କ ରେ ଆଲୋକ ପାତ କରିଥିଲେ। କିଭଳି ସାଧାରଣ ଜନତା ବିଭିନ୍ନ ସେବା ଉତ୍ତମ ଭାବେ ସେବା ପାଇପାରିବେ ସେଥିପ୍ରତି ପ୍ରଶାସନ ତରଫରୁ ସର୍ବଦା ପ୍ରଚେଷ୍ଟା ଜାରି ରହିଛି ବୋଲି ଉପଜିଲ୍ଲାପାଳ କହିଛନ୍ତି । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସାନକୋଦଣ୍ଡା ସରପଞ୍ଚ ସୁକାନ୍ତି ପ୍ରଧାନ, ବାଉଁସୁଲୁଣ୍ଡି ସରପଞ୍ଚ ଶାନ୍ତିଲତା ନାୟକ ଏବଂ ଡିହପଢ଼ାଳ ସରପଞ୍ଚ ବିନୋଦିନୀ ଭୂୟାଁ ସମେତ ଅତିରିକ୍ତ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଇଷ୍ଟାବ୍ଲିଶମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା, ହେମାବତୀ ବେହେରା, ସୁରଭି ପ୍ରଧାନ, କାଳିନ୍ଦୀ ପାତ୍ର, ବିଶ୍ୱଜିତ ସେଠୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଯୋଜନା କରିଥିଲେ।

ରିପୋର୍ଟ ; ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here