ପୋଲସରା ଏନଏସି ରେ ବିଶ୍ୱ ଶ୍ରମିକ ଦିବସ ପାଳିତ

0
217

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ସଫେଇ କର୍ମଚାରୀମାନଙ୍କ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ମଇ ୦୧ ତାରିଖ ରବିବାର ଦିନ ପାଳନ ହୋଇଯାଇଛି। ବିଶ୍ୱ ଶ୍ରମିକ ଦିବସ ଅବସରରେ ଏକ ରାଲି ବାହାରି ସହର ପରିକ୍ରମା କରିଥିଲେ। ପୋଲସରା ଏନଏସି ସଫେଇ କର୍ମଚାରୀଙ୍କ ଦ୍ଵାରା ଏକ ସଭା ଆୟୋଜିତ ହୋଇଥିଲା। ଆୟୋଜିତ ସଭାରେ ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ସାଂସଦ ପ୍ରତିନିଧି ମୋତିରାମ ସାହୁ, ବିଧାୟକ ପ୍ରତିନିଧି ପ୍ରଫୁଲ କୁମାର ପ୍ରଧାନ ଓ କାଉନସିଲର ବୃନ୍ଦ ଏବଂ ଏନଏସି କାର୍ଯ୍ୟାଳୟ ପକ୍ଷରୁ ତେଜସ୍ୱିନୀ ନାୟକ, ଅନିତା ସାହୁ ଓ ମୁଖ୍ୟ କିରାଣୀ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ଗୋଟିଏ ଲେଖାଏଁ କିଟ ପ୍ରଦାନ କରାଯାଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here