ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ

0
296

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟିର ଏକ ବୌଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଙ୍କ ଅଧ୍ୟକ୍ଷତା ଏହି ବୈଠକ ପରିଚାଳନା ହୋଇ ଥିଲା। ଏହି ଜିଲ୍ଲାରେ କିପରି ଦୁର୍ଘଟଣା ସଂଖ୍ୟା କମିବ ଏବଂ ସେଥିପାଇଁ କେଉଁ ସବୁ ଦିଗ ଉପରେ ଧ୍ୟାନଦେବା ଆବଶ୍ୟକ ସେ ବିଷୟରେ କହିଥିଲେ । ମୁଖ୍ୟତଃ ଦୁର୍ଘଟଣା ବିଭିନ୍ନ କାରଣକୁ ନେଇ ଘଟିଥାଏ ଏବଂ ଏଥିପାଇଁ ଜନ ସାଧାରଣଙ୍କୁ ବହୁ ମାତ୍ରାରେ ସଚେତନ ମଧ୍ୟ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ । ଚଳିତ ମାସରେ ବିଭିନ୍ନ ସ୍ଥାନରେ ପୋଲିସ ଏବଂ ପରିବହନ ବିଭାଗ ପକ୍ଷରୁ ଯାନବାହାନ ଧରପଗଡ କରାଯାଇଥିବାର ସଭାରେ କୁହାଯାଇଥିଲା । ମୁଖ୍ୟତଃ ହେଲମେଟ, ଦ୍ରୁତଗାଡି ଚାଳନା, ମଦ ପିଇ ଗାଡି ଚଲାଇବା, ସିଟବେଲ୍ଟ ଇତ୍ୟାଦି ଉପରେ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ କାର୍ଯ୍ୟକରିବାପାଇଁ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ବିଭିନ୍ନ ସମୟରେ ଅନ୍ୟାନ୍ୟ ବହୁ କାରଣ ପାଇଁ ମଧ୍ୟ ଦୁର୍ଘଟଣା ଘଟିଥାଏ ତେଣୁ ସେଗୁଡିକୁ କିପିରି ରଖାଯାଇପାରିବ ସେ ବିଷୟରେ ମଧ୍ୟ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଲୋକମାନଙ୍କୁ ସଚେତନ କରିବାପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହି ଭଳି ସ୍କୁଲ ବସ ଏବଂ ଅଟୋ ଭଳି ବିଭିନ୍ନ ଯାନବାହାନ ଗୁଡିକ ଯେପରି ଭାବେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀଙ୍କୁ ନେବା ଆଣିବା କରୁଛନ୍ତି । ସେଥିପ୍ରତି ମଧ୍ୟ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବ ବୋଲି କୁହାଯାଇଥିଲା । ସେହିପରି ଦୁର୍ଘଟଣା ପ୍ରବଣ ଅଞ୍ଚଳ ଚିହ୍ନଟ କରିବା, ବିପଦପୂର୍ଣ୍ଣ ରାସ୍ତାଘାଟରେ ସୂଚକ ଫଳ ବ୍ୟବସ୍ଥା ଆଦିକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । କିନ୍ତୁ ପୂର୍ବରୁ ହୋଇଥିବା ବୈଠକରେ ବୁଦ୍ଧିଜୀବୀ ମାନେ ପ୍ରଶାସନିକ ଅଧିକାରୀ ଙ୍କୁ କରିବା ପ୍ରଶ୍ନ ର ଉତ୍ତର ରହିବା କଷ୍ଟକର ହୋଇଗଲା ଯାହା କି ପ୍ରଶାସନିକ ପକ୍ଷରୁ ଦିଆଯାଇଥିବା ସମସ୍ତ ବିଷୟରେ ସଚେତନ ଆବଶ୍ୟକ ରହିଥିବା ବେଳେ ପ୍ରଶାସନ ମଧ୍ୟ ସାଧାରଣ ଲୋକଙ୍କ ଜନଜୀବନ ଉପରେ କୈାଣସି ଅସୁବିଧା ନହେବା ନିମନ୍ତେ ସମସ୍ତ ପ୍ରକାର ସୁବିଧା ସୁଯୋଗ କରିବା ଆବଶ୍ୟକ ରହିଛି। କାରଣ ସରକାର ଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ଅର୍ଥ ରାଶି ଆସୁଥିବା ରାସ୍ତା କାମକୁ ପୂର୍ତ୍ତବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଅବସ୍ଥାରେ ଅଟକିଛି, ରାସ୍ତା ଉପରେ ମଟର ଗାଡି ଜିବା ଆସିବା ବେଳେ ରାସ୍ତା ରୁ ଗୁଡ଼ି ବାହାରି ସାଧାରଣ ଲୋକଙ୍କୁ ବାଜିବା ଦ୍ବାରା କ୍ଷତ ବିକ୍ଷେତ ହେଉଛି। ଏବଂ ଅପରପକ୍ଷରେ ସହରରେ ପୁଲିସ ପ୍ରଶାସନ ଅବହେଳା ଯୋଗୁଁ ସହରରେ ମୁଖ୍ୟ ରାସ୍ତା ଅବରୋଧ କରି ଜବରଦଖଲ ବଢୁଛି। ସହରରେ ପୁଲିସ ଦେଖିକି ମଧ୍ୟ ନଦେଖିବା ଭାବରେ ଚୁପ୍ ଚାପ୍ ରହିଗଲେ ମୂଖ୍ୟ ରାସ୍ତା ଅବରୋଧ କରି ପ୍ରତ୍ୟେକ ଦିନ ବ୍ୟାପକ ଭାବେ ଟ୍ରାଫିକ ସମସ୍ୟା ଦେଖାଦେଉଛି କିନ୍ତୁ ଏହାର ସମାଧାନ କରିବାରେ କ’ଣ ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖିବାକୁ ମିଳୁନାହିଁ। ଏହି ସମସ୍ୟା ର ସମାଧାନ ହେବ କେବ? ସେହି ଅଧିକାରୀ ଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜି ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ, ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ତଥା ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ପ୍ରମୁଖଙ୍କ ସହ ପାରଳା ପୌରପରିଷଦର ସହକାରୀ ଯନ୍ତ୍ରୀ ଓ କାଶୀନଗର ଏନ୍‌ଏସିର ସହକାରୀ ଯନ୍ତ୍ରୀମାନଙ୍କ ସହ ବିଭିନ୍ନ ଥାନାର ଥାନା ଅଧିକାରୀ ମାନେ ଉପସ୍ଥିତିରେ ବୈଠକ କୁ ସଂପାଦକ କରିଥିଲେ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here