କୃଷ୍ଣପ୍ରସାଦ ବ୍ଲକ ବିଦ୍ୟୁତ ସେବା ନେଇ ସମିକ୍ଷା ବୈଠକ

0
246

ଛତ୍ରପୁର : ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଗଞ୍ଜାମ ଗସ୍ତରେ ଆସି ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୃଷ୍ଣପ୍ରସାଦ ବ୍ଲକର ମାଲୁଦ ବିଦ୍ୟୁତ ସେକ୍ସନ ଅଧିନରେ ଥିବା ବିଦ୍ୟୁତ ସେବା ନେଇ ଏକ ସମିକ୍ଷା ବୈଠକ କରିଥିଲେ । ଏହି ବିଦ୍ୟୁତ ସେକ୍ସନ ଅଧିନରେ ଏବେ ୧୧ ହଜାର ୨୬ ଜଣ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି । ମାଲୁଦ ବିଦ୍ୟୁତ ସେକ୍ସନ ଟିପିଦକ୍ଷିଣାଚଂଳ ଓଡିଶା ବିତରଣ ଲିମିଟେଡ ଅଧିନରେ ରହିଆସୁଛି । ଉକ୍ତ ଅଚଂଳରେ ଚିଲିକା ତଟରେ ରହୁଥିବା ବେଳେ ଲୁଣିଯୋଗୁଁ ସର୍ବଦା ବିଦ୍ୟୁତ ସେବା ସମସ୍ୟା ସହ ଲୋ ଭୋଲଟେଜ ଲାଗିଆସୁଛି ଯାହାଫଳରେ ଗ୍ରାହକମାନେ ନାନା ଆସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସବୁ ସମସ୍ୟାର କିପରି ସମାଧାନ ହୋଇପାରିବ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଦିର୍ଘକାଳୀନ ଯେଉଁ ସବୁ ସମସ୍ୟା ରହିଛି ଯେପରି ମହିଷା ବ୍ରହ୍ମପୁର ବିଦ୍ୟୁତ ପୋଲ ମରାମାତି, ତିତିପ ଫିଡର ଉନ୍ନତିକରଣ, ପାଲୁର ଜଙ୍କସନ ଠାରୁ ମାଲୁଦ ଫିଡର ପ୍ରର୍ଯ୍ୟନ୍ତ ସ୍ୱତନ୍ତ୍ର ଲାଇନ ଏଥିସହ ଫନି ବାତ୍ୟା ସମୟରେ ଯେଉଁ ସବୁ ଅଚଂଳ ରେ ବିଦ୍ୟୁତ ବିଭ୍ରାଟ ସମସ୍ୟାର ସମାଧନ ତୁରନ୍ତ କରିବା ଉପରେ ଆଲୋଚନା ହୋଇଥିଲା । କୃଷ୍ଣପ୍ରସାଦ ବ୍ଲକ ସର୍ବଦା ବାତ୍ୟାର ସମ୍ମୁଖୀନ ହେଉଛି । ଯାହାଫଲରେ ଲୋକମାନେ ଅଧିକ ଦିନ ପ୍ରର୍ଯ୍ୟନ୍ତ ବିଦ୍ୟୁତ ସେବାରୁ ବଚିଂତ ହେଉଛନ୍ତି ଏହି ସବୁକୁ

LEAVE A REPLY

Please enter your comment!
Please enter your name here