ବାଲି ବୋଝେଇ ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

0
326

କୁକୁଡ଼ାଖଣ୍ଡି:ବ୍ରହ୍ମପୁର ସଦର ଥାନା ଅଧିନସ୍ଥ ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଲୋଚାପଡା ମୁଖ୍ୟ ରାସ୍ତାରେ ଏକ ବାଲି ବୋଝେଇ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।ଘଟଣା ସମ୍ପର୍କରେ ଜାଣିବାକୁ ମିଳିଛି ଯେ,ଆଜି ଦିନ ସାଢେ ୧୧ଘଣ୍ଟ ସମୟରେ ସଦର ଥାନା ଅନ୍ତର୍ଗତ ବୋରିଗାଁ ବଡ଼ ସାହିର ଶଙ୍କର୍ଷଣ ସାହୁ ନିଜ (ଓଆର-୦୭ଏଜେ-୦୬୦୨)ନମ୍ବର ବିଶିଷ୍ଟ ପଲସର ବାଇକରେ ନିଜ ପତ୍ନୀ ଜ୍ୟୋତି ସାହୁ(୨୨)ଙ୍କୁ ଧରି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ହଟାତ ଏହି ସମୟରେ ( ଓଆର-୦୭ଇ-୦୩୯୧)ନମ୍ବର ବିଶିଷ୍ଟ ଏକ ବାଲି ବୋଝେଇ ଟ୍ରକ୍ ବେପରୁଆ ଭାବେ ଗାଡି ଚଳାଇ ପଲସର ବାଇକକୁ ଓଭର ଟେକ୍ କରିବାକୁ ଯାଇ ଧକ୍କା ଦେଇଥିଲା।ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ଜ୍ୟୋତି ସାହୁଙ୍କ ମୃତ୍ୟୁ ଘଟିଥିଲା ।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଉତେଜିତ ହୋଇ ମୃତ ମହିଳାଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସଙ୍ଗେ ସଙ୍ଗେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଓ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ମହିଳାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇଥିଲେ ।ଏବଂ ଦୁର୍ଘଟଣା ଘଟାଇଥିବା ବାଲି ବୋଝେଇ ଟ୍ରକ୍ କୁ ପୋଲିସ ଜବତ କରିବା ସହ ସଦର ଥାନାରେ କେଶ ନଂ ୧୫୫/୨୨ ରେ ଏକ ମାମଲା ରୁଜୁ କରି ଗାଡି ମାଲିକଙ୍କ ବିରୋଧରେ ୟୁ/ଏସ୍-୩୩୭/୨୭୯/୩୦୪-(ଏ) ଆଇପିସି ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here