ବିଦ୍ୟାଳୟ କୁ ଫେରିଲେ ଷଷ୍ଠ,ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

0
312

ଭଂଜନଗର : ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଖୋଲିଛି ଷଷ୍ଠ ସପ୍ତମ ଶ୍ରେଣୀ ା ପିଲାମାନେ ଫେରିଛନ୍ତି ବିଦ୍ୟାଳୟକୁ ା ପିଲାଙ୍କ କୋଳାହଳରେ ଉତ୍ସବମୁଖର ହୋଇଛି ଭଞ୍ଜନଗର ବ୍ଳକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକ ା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଗତ କାଲି ଠାରୁ ରାଜ୍ୟରେ ଷଷ୍ଠ ସପ୍ତମ ଶ୍ରେଣୀ ଖୋଲିଥିବା ବେଳେ ଗଞ୍ଜାମରେ ଦକ୍ଷିଣାଞ୍ଚଳ ଆର୍.ଡି.ସି ଙ୍କ କାର୍ତ୍ତିକ ମାସ ଶେଷ ସୋମବାର କୁ ସ୍ଥାନୀୟ ଛୁଟି ଘୋଷଣା ହେତୁ ଗତ କାଲି ବଦଳରେ ଗଞ୍ଜାମ ଜିଲ୍ଲାରେ ଏହି ସବୁ ଶ୍ରେଣୀ ଗୁଡିକ ଖୋଲିଥିଲା ା ସେହି ପ୍ରକାରେ ଆଜି ଭଞ୍ଜନଗର ବ୍ଳକର ସବୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ସପ୍ତମ ଶ୍ରେଣୀ ଖୋଲିଥିଲା ା ପିଲାଙ୍କ ଫୁଲ, ଚନ୍ଦନ ଲଗାଇ ବିଦ୍ୟାଳୟ ଗୁଡିକରେ ସ୍ବାଗତ କରାଯିବା ସହ କୋଭିଡ ଗାଇଡଲାଇନ ପ୍ରକାରେ ସବୁ ଆୟୋଜନ କରାଯାଇଥିଲା ା ପ୍ରଥମେ ବିଦ୍ୟାଳୟ ଗୁଡିକରେ ଅଭିଭାବକ ସମ୍ମିଳନୀ କରି ସଚେତନ କରାଯିବା ସହ ସେମାନେ ପିଲାଙ୍କୁ କିପରି ସଚେତନ କରାଇ ବିଦ୍ୟାଳୟକୁ ପ୍ରେରଣ କରିବେ ସେ ନେଇ ଆଲୋଚନା କରାଯାଇଥିଲା ା ପୂର୍ବ ପ୍ରସ୍ତୁତି ପ୍ରକାରେ ପିଲାମାନଙ୍କୁ ମାସ୍କ ,ସାନିଟାଇଜର ବ୍ୟବହାର କରିବାକୁ ପ୍ରବର୍ତ୍ତାଇ ଅଭିଭାବକମାନେ ବିଦ୍ୟାଳୟକୁ ପ୍ରେରଣ କରିଥିବା ଦେଖିବାକୁ ମିଳିଥିଲା ା ମେଘୁଆ ପାଗ ହେତୁ ପିଲାଙ୍କ ଉପସ୍ଥାନ ଟିକେ କମ ରହିଥିଲେ ମଧ୍ୟ ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବ ଓ ଅଫ ଲାଇନ ଶିକ୍ଷାଦାନ ଫଳପ୍ରଦ ହେବ ବୋଲି ଶିକ୍ଷକ ତଥା ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here