ଖୋଳଖାଳି ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ !!!

0
286

ବୁଗୁଡା : ଦକ୍ଷିଣ ଘୁମୁସର ବନଖଣ୍ଡ ର ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଖୋଳଖାଳି ଗ୍ରାମର ବଡ ପଦର ମାଳରେ ଏକ କଲରାପତରିଆ ବାଘ ବୁଲୁଥିବା ନେଇ ପୂର୍ବତନ ସମିତି ସଭ୍ୟ ବିବେକାନନ୍ଦ ବାରିକ ଅଭିଯୋଗ କରିଥିବା ଜଣାପଡିଛି । ଶ୍ରୀ ବାରିକ ପ୍ରକାଶ କରିଛନ୍ତି ଯେ ଖୋଳଖାଳି ଗ୍ରାମର ପାର୍ବତୀ ନାଇକ ଓ ସୁନିତା ସେଠୀ ଅନ୍ୟର କାମକୁ ଯାଇ ଘରକୁ ଫେରିବା ବେଳେ ଏକ କଲରାପତରିଆ ବାଘ ତାଙ୍କୁ ଆକ୍ରମଣ କରିବାକୁ ଆସୁଥିବା ବେଳେ ସେମାନେ ପାଟି କରିବାରୁ ନିକଟରେ ଥିବା ଲୋକମାନେ ସେମାନଙ୍କ ପାଖକୁ ଧାଇଁ ଆସିବାରୁ ବାଘ ଚାଲି ଯାଇଥିଲେ। ରାମଣ୍ଡା ଗ୍ରାମର ଜଣେ ଲୋକକୁ ମଧ୍ୟ ବାଘ ଆକ୍ରମଣ କରିବାକୁ ଆସିବା ବେଳେ ବ୍ୟକ୍ତି ଜଣକ ନିକଟରେ କାମ କରୁଥିବା ଶ୍ରମିକଙ୍କ ନିକଟକୁ ଧାଇଁ ଚାଲିଯାଇଥିବା ଶୁଣା ଯାଉଛି। ବଡ଼ ପଦର ଅଞ୍ଚଳରେ ବାଘର ପାଦ ଚିହ୍ନର ଫୋଟ ଶ୍ରୀ ବାରିକ ପ୍ରେରଣ କରିଥିବା ବେଳେ ତାହା ବୁଗୁଡା ବନପାଳ ଅଭିରାମ ଖିଲଙ୍କ ନିକଟକୁ ପଠାଯାଇଥିଲା। ମଙ୍ଗଳବାର ସକାଳେ ଖୋଳଖାଳି ଯାଇ ଅନୁସନ୍ଧାନ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବନପାଳ ଶ୍ରୀ ଖିଲ ପ୍ରକାଶ କରିଛନ୍ତି। ବନାଞ୍ଚଳ ଅଧିକାରୀଙ୍କ ନିକଟକୁ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା। ବାଘ ଅଞ୍ଚଳରେ ବୁଲୁଥିବା ପ୍ରଚାର ହେବା ପରେ ଖୋଳଖାଳି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ତଦନ୍ତ ଖୋଳଖାଳି ଗ୍ରାମକୁ ଯାଇ ଲୋକଙ୍କୁ ସାହାସ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here