ବୁଗୁଡା ଏନଏସି ରେ ଜଳ ସ୍ୱଚ୍ଛ ଦିବସ ଓ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ

0
269

ବୁଗୁଡା : ବୁଗୁଡା ଏନଏସି ପ୍ରଶାସନ ପକ୍ଷରୁ ଏପ୍ରିଲ ୧୮ ତାରିଖ, ସୋମବାର ଦିନ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ପ୍ରକାରରେ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶଙ୍କ ନେତୃତ୍ୱରେ “ଜଳ ସ୍ୱଚ୍ଛ ଦିବସ” କାର୍ଯ୍ୟକ୍ରମ ସହ ଅଧ୍ୟକ୍ଷ, ଉପାଧ୍ୟକ୍ଷା, କାଉନସିଲର ଓ ଜନସାଧାରଣ ମାନଙ୍କ ପକ୍ଷରୁ “ମୋ ସ୍ବାଭିମାନ ସ୍ବଛ ଗଞ୍ଜାମ” ଏବଂ “ସ୍ବଛ ଓଡିଶା ସୁସ୍ଥ ଓଡିଶା” କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଙ୍କ ନେତୃତ୍ବରେ ମହିଳାମାନେ ଏକ ଶୋଭାଯାତ୍ରାରେ ବାହାରି ବୁଗୁଡା ସହରର ବିଭିନ୍ନ ଓ୍ବାର୍ଡରେ ଫ୍ଳା କାର୍ଡ ଧରି ବୁଲି ସାହି ପରିକ୍ରମା କରିଥିଲେ। ଜଳ ସ୍ବଛତା ସହ ସ୍ବଛ ଭାରତ ମିଶନକୁ ସାକାର କରିବା ପାଇଁ ନିଜ ନିଜ ସାହିକୁ ସଫାସୁତୁରା ରଖିବା ସହିତ ପ୍ଲାଷ୍ଟିକ ମୁକ୍ତ ବୁଗୁଡା କରିବା ନିମନ୍ତେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ଏଥିସହିତ ବୁଗୁଡା ସହରରେ ଥିବା ବେଙ୍ଗେଇ ବନ୍ଧ ସଫା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ,କାଉନସିଲର ପିଙ୍କି ନାହାକ, ରିଭା ସ୍ବାଇଁ, ସୁଧାଂଶୁ ଶେଖର ପାଢ଼ୀ, ସିଓ ପ୍ରତିମା ସାହୁ, ରମେଶ ଚନ୍ଦ୍ର ସାହୁ, ମୁନା ଗୌଡ, ନାରାୟଣ ଗୌଡ, ରାଜେନ୍ଦ୍ର ପ୍ରଧାନ, ସ୍ବଛ ସାଥି, ଆତ୍ମା ସହାୟିକା ଗୋଷ୍ଠୀ ମହିଳା ସମେତ ସଫେଇ କର୍ମଚାରୀ ମାନେ ସାମିଲ ହୋଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here