ମା’ ସର୍ବମଙ୍ଗଳାଙ୍କ ଚୈତ୍ର ପୂର୍ଣ୍ଣିମା ଯାତ୍ରା ଆରମ୍ଭ

0
307

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କେ ବରିଡା ଗ୍ରାମରେ କୈବର୍ତ୍ତ କୁଳସମାଜର ଅଧିଷ୍ଠାତ୍ରୀ ଦେବୀ ମା’ ସର୍ବମଙ୍ଗଳାଙ୍କ ଚୈତ୍ର ପୂର୍ଣ୍ଣିମା ଯାତ୍ରା ଆରମ୍ଭ ହୋଇଛି । ଚୈତ୍ର ମାସର ଶୁକ୍ଳ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ମା’ ସର୍ବମଙ୍ଗଳାଙ୍କ ଯାତ୍ରା ନଅ ଦିନ ଧରି ଚାଲିବ । ଯାତ୍ରାର ପ୍ରଥମ ଦିନରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଅନେକ ମାନସିକ ଧରି ନିଜର ମାନସିକ ଅନୁଯାଇ ମା’ଙ୍କ ପାଖରେ ମୁଣ୍ଡନ କରିଥିଲେ । ଏଥିରେ ମନ୍ଦିର ପରିଚାଳନା କମିଟିର ସଭାପତି ଦେବବ୍ରତ ମାଝୀ, ଗଣେଷ ପୂଜା କମିଟି ସଭାପତି ମନୋରଞ୍ଜନ ପ୍ରଧାନ, ଜିତୁ ସାହୁ, ଉମାଶଙ୍କର ବେହେରା, ଆକୁଳ ବେହେରା, କୈଳାଶ ବେହେରା, ସୌରୀ ମାଝୀ, ଶିବରାମ ମାଝୀଙ୍କ ସମେତ ଅନ୍ୟ ସଦସ୍ୟ ଓ ଗ୍ରାମବାସୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଚାଲୁ ରହିଛି ।

LEAVE A REPLY

Please enter your comment!
Please enter your name here