ମାରୁତି ଇକୋ ଭେନରୁ ୬୦ କିଲୋ ଗଞ୍ଜେଇ ଜବତ କିନ୍ତୁ ଗାଡ଼ି ଚାଳକ ଚମ୍ପଟ

0
317

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲାର ଅଡବା ଥାନା ଅଧୀନରେ ଥିବା ଅଞ୍ଚଳକୁ ପୁଲିସ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ମାରୁତି ଇକୋ ଭ୍ୟାନ ଯାହାର ଗାଡ଼ି ନଂ ଓଡି୨୦ବି ୭୫୭୨ନାମକ ଗାଡ଼ି କୁ ଅଡବା ଥାନା ପେଟ୍ରଲିଂ ଦାଇତ୍ୱ ରେ ଥିବା ଅଧିକାରୀ ଏଲ୍ ବେହେରା ଙ୍କ ତତ୍ବାବଧାନରେ ସନ୍ଦେହ ଜନକ ଭାବେ ମାରୁତି ଇକୋ ଭ୍ୟାନ ଟିକୁ ଜାଞ୍ଚ କରିଥିଲେ ,ସେହି ସମୟରେ ଗାଡ଼ି ଚାଳକ ପୁଲିସ ଜାଞ୍ଚ ସୂଚନା ପାଇ ଘଟଣା ସ୍ଥଳରୁ ଗାଡ଼ି ଛାଡି ଚମ୍ପଟ ମାରି ଦୈଡିପଳାଇ ଥିବା ଜଣାପଡିଛି। ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଅଞ୍ଚଳ ହେଉଛି ଗଞ୍ଜେଇ ମାଫିଆଙ୍କ ଆଡ୍ଡାସ୍ଥଳୀ କହିଲେ ଭୁଲ୍ ହେବ ନାହିଁ। ତାହା ଆଜି ଗଞ୍ଜେଇ ଚୋରା ଚାଲାଣର ମୁଖ୍ୟ ପେଣ୍ଠ ସ୍ଥଳୀ ପାଲଟି ଥିବାବେଳେ ଜିଲ୍ଲା ପୋଲିସର ନିଦ ହଜାଉ ଦେଉଛନ୍ତି ଗଞ୍ଜେଇ ମାଫିଆ ମାନେ । ହେଲେ ଜିଲ୍ଲା ପୋଲିସ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ସଫଳତା ହାସଲ କରିଚାଥିବା କହିବାକୁ ଗଲେ ଅନ୍ୟପକ୍ଷରେ । ଏଏସ୍ଆଇ ଏଲ୍. ବେହେରାଙ୍କ ପଟ୍ରୋଲିଂ ଚାଲିଥିବାବେଳେ ସେହି ସମୟରେ ଗାଡ଼ି ଚାଳକ ଗାଡ଼ି ଛାଡି ଦୈଡ଼ି ପଳାଇଥିବା ସୂଚନା ଦେଇଛନ୍ତି ଅଡବା ପୋଲିସ । ଯାଞ୍ଚ ପରେ ସେଥିରୁ ଦୁଇଟି ଜରି ବ୍ୟାଗ୍ରେ ୬୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ଏନେଇ ଅଡବା ଥାନାରେ କେସ ନଂ.୫୨/୨୨ପଞ୍ଜୀକୃତ ହୋଇଅଛି ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here