ସଂକଳ୍ପ ସିନିୟର୍ ସେକେଣ୍ଡାରୀ ସ୍କୁଲରେ ସୌର ପାୱାର ପ୍ଲାଣ୍ଟ ଓ ଅଟଲ ଟିଙ୍କରିଂ ଲ୍ୟାବର ଶୁଭାରମ୍ଭ

0
354

ବ୍ରହ୍ମପୁର: ବ୍ରହ୍ମପୁର ରାଳବ ସ୍ଥିତ ସଂକଳ୍ପ ବିଦ୍ୟାଳୟ ପରିସରରେ ସୌର ପାୱାର ପ୍ଲାଣ୍ଟ ଓ ଅଟଲ୍ ଟିଙ୍କରିଂ ଲେବର ଶୁଭାରମ୍ଭ ଆଜି ଆଡମ୍ବରର ସହିତ ସମ୍ପାଦିତ ହୋଇଅଛି । ଏହି ଶୁଭାରମ୍ଭ ଉତ୍ସବରେ BMC କମିସନର ଡଃ ସିଦ୍ଧେଶ୍ୱର ଵଳିରାମ ଵୋନଦାର ମୁଖ୍ୟ ଅତିଥି ଏବଂ ସମ୍ମାନନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ କୀର୍ତ୍ତି ଭାସନ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଉତ୍ସବରେ ସଙ୍କଳ୍ପ ବିଦ୍ୟାଳୟ ପରିଚାଳନା କମିଟି ଏବଂ ବ୍ରହ୍ମପୁରର ମାନ୍ୟଗଣ୍ୟ ଅତିଥିମାନେ ଅଂଶ ଗ୍ରହଣ କରିଥିଲେ ।
ଏହି ସଭାରେ ମାନ୍ୟବର ମୁଖ୍ୟ ଅତିଥି ସଙ୍କଳ୍ପ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ତିନୋଟି ସୂତ୍ର ଅବଲମ୍ବନ କରିବା ପାଇଁ ପ୍ରେରଣା ଦେଇଥିଲେ । ପ୍ରଥମଟି ହେଲା ପଠନ ଅଭ୍ୟାସ, ଦ୍ଵିତୀୟ ଟି ହେଲା ସାଧାରଣ ଜ୍ଞାନ ଆହରଣ ଏବଂ ପ୍ରତିଦିନ ଘଟୁଥିବା ଘଟଣାବଳୀ ପ୍ରତି ସଚେତ ରହିବା , ତୃତୀୟ ଟି ହେଲା କ୍ରୀଡା ପ୍ରତି ଆଗ୍ରହୀ ହେବା ପାଇଁ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପ୍ରବର୍ତ୍ତାଇ ଥିଲେ ।
ମର୍ଯ୍ୟାଦା ସମ୍ପନ୍ନ ସଙ୍କଳ୍ପ ବିଦ୍ୟାଳୟ ଯେଉଁଠାରେ ସର୍ବୋତ୍ତମ ବିଦ୍ୟା ଦିଆଯାଉଛି ସେହି ବିଦ୍ୟାଳୟରେ ପଠନରତ ଛାତ୍ରଛାତ୍ରୀଙ୍କୁ ବହୁତ ଭାଗ୍ୟବାନ ବୋଲି ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରତ୍ସାହିତ କରିଥିଲେ । ତତ୍ ସହିତ ସଙ୍କଳ୍ପ ବିଦ୍ୟାଳୟ ଓଡ଼ିଶାର ଘରେଇ ବିଦ୍ୟାଳୟ ମାନଙ୍କ ମଧ୍ୟରୁ ସର୍ଵୋଶ୍ରେଷ୍ଠ ବିଦ୍ୟାଳୟ ବୋଲି ପ୍ରଶଂସା କରିଥିଲେ ।
ସମ୍ମାନନୀୟ ଅତିଥି ମହୋଦୟ ତାଙ୍କ ଅଭିଭାଷଣରେ ବିଦ୍ୟାଳୟ ର ପରିଚାଳନା କମିଟିଙ୍କୁ ଏଭଳି ଏକ ଶିକ୍ଷଣୀୟ ପରିବେଶ ଯୋଗାଇଥିବା ରୁ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।
ବିଦ୍ୟାଳୟ ର ଚେୟାରମେନ ଶ୍ରୀଯୁକ୍ତ ଇ ଟି ରାଓ ଉଲ୍ଲେଖ କରିଥିଲେ ଯେ, ପଡୋଶୀ ବିଦ୍ୟାଳୟମାନଙ୍କରେ ବିଦ୍ୟା ଅଧ୍ୟୟନ କରୁଥିବା ଅଧିକ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅଟଲ୍ ଟ୍ରିଙ୍କ ଲିଙ୍ଗ ଲେଵ୍ ତାଲିମ ଦେବାର ଯୋଜନା କରିଛନ୍ତି ।ସେ କହିଥିଲେ ଯେ, ସଙ୍କଳ୍ପ ର ପରିବେଶ କୁ ସର୍ବଦା ସବୁଜ ବିଦ୍ୟାଳୟ ଭାବେ ଉପସ୍ଥାପନା କରିବାରେ ଏକ ପାଦ ଆଗରେ ଅଛନ୍ତି । ଏଠାରେ ଜୈଵ ଖତ,ଜିଆଖତ ପ୍ରସ୍ତୁତ କରାଯାଉଛି । ଏହା ଏକ ପ୍ଳାଷ୍ଟିକ୍ ବ୍ୟବହାର ଵର୍ଜନ ଓ ପୋଲିଥିନ ମୁକ୍ତ ବିଦ୍ୟାଳୟ ଅଟେ । ସଙ୍କଳ୍ପ ବିଦ୍ୟାଳୟ ରେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଦୀପ୍ତ କିଶୋର ପାଣିଗ୍ରାହୀ ନିଜ ଅଭିଭାଷଣରେ ଵ୍ୟକ୍ତ କରିଥିଲେ ଯେ, ଦକ୍ଷିଣ ଓଡ଼ିଶାରେ ସଙ୍କଳ୍ପ ବିଦ୍ୟାଳୟ ହେଉଛି ପ୍ରଥମ ବିଦ୍ୟାଳୟ ଯେଉଁଠି ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ସଂଗ୍ରହ କରାଯାଉଛି ।
ବିଦ୍ୟାଳୟ ର ଛାତ ଉପରେ ଏକ ସୌର ପାୱାର ସମ୍ପନ୍ନ ଏକ ପ୍ଳାଣ୍ଟ୍ ସ୍ଥାପନ କରାଯାଇଛି ଯାହା ପ୍ରତିଦିନ ୩୦୦ ୟୁନିଟ୍ ଏକକର ବିଦ୍ୟୁତ ଶକ୍ତି ସଞ୍ଚୟ କରିପାରୁଛି ।ଗତ ତିନି ମାସ ଧରି ଏହା ସ୍ଥାପନ କରାଯାଇ ୨୫୩୩୦ KWH ୟୁନିଟ୍ ର ବିଦ୍ୟୁତି ସଞ୍ଚୟ କରାଯାଇପାରିଛି । ଯାହା ଦ୍ଵାରା ୧୧୨୪୫୦ କିଲୋଗ୍ରାମର କୋଇଲା,୨୫୦୦୦ କିଲୋଗ୍ରାମ ଅଙ୍ଗାରକାମ୍ଳ ଗ୍ୟାସ୍ ଖର୍ଚ୍ଚକୁ ବଞ୍ଚେଇ ପାରିଛି । ଏହା ୧୩୭ ଗୋଟିଏ ଗଛ ଲଗାଇବା ସହ ସମାନ ଅଟେ ।
ନିତି (NITI) ଅଧିନରେ ଅଟଲ୍ ଟ୍ରିଙ୍କ ଲିଙ୍ଗ ଲେଵ୍ ଭାରତ ସରକାରଙ୍କ ତତ୍ତ୍ଵଵଧାନରେ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ଦାନ କରାଯାଉଛି । ରୋଵଟିକ୍ସ୍,ଆର୍ଟିଫିସିୟଲ୍ ଟେକ୍ନୋଲୋଜି, IOT ଏବଂ 3D ପ୍ରଣ୍ଟିଙ୍ଗ ଇତ୍ୟାଦି ପ୍ରମୁଖ କାର୍ଯ୍ୟ କୈ।ଶଳ ଷଷ୍ଠ ଶ୍ରେଣୀ ଠାରୁ +୨ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ଦାନ କରିବାର ବ୍ୟବସ୍ଥା ରହିଛି ।

LEAVE A REPLY

Please enter your comment!
Please enter your name here