ଯୁବ ରେଡକ୍ରସ ପକ୍ଷରୁ ପ୍ରଥାମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର

0
290

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ସଂସ୍ଥା ପକ୍ଷରୁ ଆଠ ଦିନିଆ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଏପ୍ରିଲ ୦୪ ତାରିଖ ଦିନ ଆରମ୍ଭ ହୋଇଯାଇଛି। ପ୍ରଶିକ୍ଷଣ ଶିବିରକୁ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଅତିଥିଭାବେ ଅଧ୍ୟାପକ ସନ୍ତୋଷ କୁମାର ସ୍ୱାଇଁ, ଡ଼ଃ ପ୍ରିୟବ୍ରତ ପ୍ରଧାନ ଓ ସନ୍ତୋଷ କୁମାର ଗୌଡ଼ ଯୋଗଦେଇଥିଲେ। ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ବିଷୟରେ ତାଲିମ ପ୍ରଦାନ କରୁଥିବା ଜଣାପଡ଼ିଛି। ତାଲିମ ଶିବିରର ଅଷ୍ଟମ ତଥା ଶେଷ ଦିନରେ ମାଣିତରା ଗ୍ରାମରେ ପଞ୍ଚଦଣ୍ଡ ମହାମିଳନ ହେଉଥିବା ବେଳେ ତାଲିମ ପ୍ରାପ୍ତ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦ ସେବାକାର୍ଯ୍ୟ କରିବେ ବୋଲି ଉପଦେଷ୍ଟା ଅଧ୍ୟାପକ ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here