ଭଞ୍ଜନଗର : ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ,ବି.ଡି.ପୁରର ଛାତ୍ର ସଂଗଠନ ତରଫରୁ ଛାତ୍ର ଅଶ୍ବିନୀ କୁମାର ମହାନ୍ତିଙ୍କ ନେତୃତ୍ବରେ ସ୍ଥାନୀୟ ବିଡିପୁର କଲେଜ ପରିସରରେ ଜଗନ୍ନାଥ ପ୍ରସାଦ ବ୍ଲକ୍ ର ପୂର୍ବତନ ଉପାଧ୍ୟକ୍ଷ ତଥା ମହାବିଦ୍ୟାଳୟ ଛାତ୍ର ସଂସଦର ୩ଥର ପୂର୍ବତନ ସଭାପତି ସ୍ବର୍ଗତ ହିମାଂଶୁ ଶେଖର ବାରିକ(ପାକୁ ଭାଇ)ଙ୍କ ବିୟୋଗରେ ଶୋକସଭା ଓ ଅଶ୍ରୁଳ ଶ୍ରଦ୍ଧାଞଳି ପ୍ରଦାନ କରାଯାଇଥିଲା ।ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ବାରା ଶୋକସଭା ଆୟୋଜନ ନିମନ୍ତେ ମହାବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ବହୁବାର ଅନୁରୋଧ କରିଥିଲେ ସୁଦ୍ଧା କୌଣସି ରାଜନୈତିକ ଚାପରେ ମନାକରିଥିଲେ। ଶେଷରେ ଛାତ୍ର ସଂଗଠନ ପକ୍ଷରୁ ଛାତ୍ର ଅଶ୍ବିନୀ ମହାନ୍ତିଙ୍କ ଦ୍ବାରା ୨ମିନିଟ୍ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞଳି ପ୍ରଦାନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀ ସାଇ ସମୀର,ତରୁଣକାନ୍ତ,ସାଇସୃତି,ସ୍ମିତା,ପୂଜାରାଣୀ,ରଶ୍ମି,ସୁନୀଲ୍,ଗିରିଧାରୀ ପ୍ରମୁଖ ଯୋଗଦେଇଥିଲେ ।
ରିପୋର୍ଟ:ନିଲୁ ବିଷୋୟୀ