୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

0
272

ଭଞ୍ଜନଗର : ଭଞ୍ଜନଗର ବ୍ଲକ ସ୍ଥିତ ବେତାର ଗ୍ରାମରୁ ରବିବାର ବିଳମ୍ବିତ ରାତିରେ ଏକ ଅହିରାଜ ସାପ ଉଦ୍ଧାର ହୋଇଛି । ସାପଟିର ଲମ୍ବ ପ୍ରାୟ ୧୦ ଫୁଟ ହେବ ବୋଲି ଅନୁମାନ କରାଯାଉଛି । ବେତାର ଗ୍ରାମର ଝମର ଦଳେଇ ଙ୍କ ଘର ଭାଡ଼ିରେ ଅହିରାଜ ସାପଟି ରହିଥିବା ନେଇ ପରିବାର ଲୋକେ ଦେଖିବାକୁ ପାଇଥିଲେ । ସେ କାଳବିଳମ୍ବ ନକରି ଏ ସମ୍ପର୍କରେ ସେନ୍କ ହେଲ୍ପ ଲାଇନର ସଦସ୍ୟ ଙ୍କୁ ଯୋଗେ ଖବର ଦେଇଥିଲେ । ଘଟଣା ସ୍ଥଳରେ ବନ ବିଭାଗର ସେନ୍କ ହେଲ୍ପ ଲାଇନର ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁ ଓ କେଦାର ମଲ୍ଲିକ ପହଂଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହା ପରେ ବନବିଭାଗ ସହାୟତାରେ ଏହାକୁ ପ୍ରାକୃତିକ ଆବାସସ୍ଥଳୀ ଜୟ ମଙ୍ଗଳ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here